fbpx

ପ୍ରେମିକ ସହ ପଳାଇଥିଲେ ବିବାହିତ ମହିଳା, ସ୍ୱାମୀଙ୍କ ଦ୍ୱିତୀୟ ବାହାଘରକୁ ଫେରିଲେ, ତା’ପରେ…

ଆଜିକା ସମୟରେ ବିବାହିତ ମହିଳାମାନେ ନିଜ ପ୍ରେମିକଙ୍କ ସହ ପଳାଉଥିବା ଘଟଣା ଅନେକ ସମୟରେ ଦେଖିବାକୁ ମଳିଛି । ପ୍ରେମିକ ସହ ପଳାଇବା ପରେ ହୁଏତ ସେହି ମହିଳା ଘରକୁ ଫେରିବା କଥା ସ୍ୱପ୍ନରେ କେବେବି ଭାବିନଥିବେ । କିନ୍ତୁ ଜଣେ ମହିଳା ପ୍ରେମିକଙ୍କ ସହ ପଳାଇଯାଇଥିଲେ ବି ସ୍ୱାମୀଙ୍କ ଦ୍ୱିତୀୟ ବିବାହରେ ଫେରି ଆସିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ରାଜସ୍ଥାନ ବାଂଶୱାଡ଼ା ଜିଲ୍ଲାର ଏକ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

୬ ମାସ ପୂର୍ବରୁ ରାଜସ୍ଥାନର ଜଣେ ବିବାହିତା ମହିଳା ନିଜ ପ୍ରେମିକଙ୍କ ସହ ପଳାଇଥିଲେ । କିନ୍ତୁ ଗତକାଲି ରାତିରେ ମହିଳା ନିଜ ପ୍ରେମିକ ସହ ପ୍ରଥମ ସ୍ୱାମୀଙ୍କ ଘରେ ପହଞ୍ଚିଥିଲେ । ପ୍ରଥମ ସ୍ୱାମୀଙ୍କର ଦ୍ୱିତୀୟ ବିବାହ ହେଉଥିବା ଶୁଣି ଶାଶୁଘରେ ପହଞ୍ଚିଥିଲେ ମହିଳା । ଶାଶୁଘରେ ପହଞ୍ଚି ଗଣ୍ଡଗୋଳ କରିବା ସହ ଶାଶୁଙ୍କୁ ଛୁରୀରେ ଆକ୍ରମଣ କରିଥିଲେ ମହିଳା । ଉତ୍ତେଜନା ବଢିବାରୁ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚି ଉଭୟ ପ୍ରେମିକ ଓ ମହିଳାଙ୍କୁ ଏକ ଲୁହା ଖୁଣ୍ଟରେ ବାନ୍ଧି ପୋଲିସକୁ ସୂଚନା ଦେଇଥିଲେ । ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଥିବା ପୋଲିସ ସୂଚନା ଦେଇଛି ।

ସୂଚନା ଅନୂଯାୟୀ, ଖମେରା ଥାନା ଅଞ୍ଚଳରେ ରହୁଥିବା ରାହୁଲ ୩ ବର୍ଷ ପୂର୍ବରୁ ଅଞ୍ଜଳି ବୁନକରଙ୍କୁ ବିବାହ କରିଥିଲେ । ବିବାହ ପରେ ଅଞ୍ଜଳି ବିଏ କରିବା ସହ ଏକ ଏନଜିଓରେ ସିଲେଇ କାମ ଶିଖୁଥିଲେ । ଏହି ସମୟରେ ଆକାଶ ବ୍ୟାସ ନାମକ ଜଣେ ବ୍ୟକ୍ତିଙ୍କ ସହ ଅଞ୍ଜଳିଙ୍କର ପରିଚୟ ହୋଇଥିଲା । ବନ୍ଧୁତ୍ୱରୁ ଆରମ୍ଭ ହୋଇଥିବା ଏହି ସମ୍ପର୍କ ପ୍ରେମରେ ପରିଣତ ହୋଇଥିଲା । ୬ମାସ ପରେ ଅଞ୍ଜଳି ରାହୁଲଙ୍କୁ ଛାଡ଼ି ପ୍ରେମିକ ଆକାଶଙ୍କୁ ବିବାହ କରିଥିଲେ ।

ରାହୁଲ ଏବଂ ଅଞ୍ଜଳିଙ୍କ ପରିବାର ପକ୍ଷରୁ ଅଞ୍ଜଳି ନିଖୋଜ ହୋଇଯାଇଥିବାର ଏକ ରିପୋର୍ଟ ଦିଆ ଯାଇଥିଲା । ଅଞ୍ଜଳି ପାଇଁ ରାହୁଲ ମାନସିକ ସ୍ତରରେ ଆଘାତ ପାଇ ଥିବାରୁ ଅଞ୍ଜଳିଙ୍କ ବାପା ରମେଶ ବୁନକର ସାମାଜିକ ସ୍ଥରରେ ରାହୁଲଙ୍କ ଦ୍ୱିତୀୟ ବିବାହ ପାଇଁ ଅନୁମତି ଦେଇଥିଲେ ।

Get real time updates directly on you device, subscribe now.