fbpx

ବ୍ରାହ୍ମଣ ଝିଅକୁ ବିବାହ କରନ୍ତୁ, ମିଳିବ ୩ ଲକ୍ଷ ଟଙ୍କା

ବେଙ୍ଗାଲୁରୁ, ୮ା୧: ଏଣିକି ଜଣେ ବ୍ରାହ୍ମଣ ପୁଅ ଅନ୍ୟ ଜଣେ ବ୍ରାହ୍ମଣ ଝିଅକୁ ବିବାହ କଲେ ୩ ଲକ୍ଷ ଟଙ୍କା ପାଇବେ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏପରି ଏକ ନିୟମ କର୍ଣ୍ଣାଟକ ସରକାରଙ୍କର ବ୍ରାହ୍ମଣ ବିକାଶ ବୋର୍ଡ ତରଫରୁ ଅଣାଯାଇଛି । ବୋର୍ଡ ତରଫରୁ ଅରୁନ୍ଧତୀ ଓ ମୈତ୍ରେୟୀ ନାମକ ଦୁଇଟି ଯୋଜନା ପ୍ରଣୟନ କରାଯାଇଛି ।

ଯୋଜନା ଅନୁଯାୟୀ, ବ୍ରାହ୍ମଣ ଯୁବତୀଙ୍କ ବିବାହ ସମୟରେ ତାଙ୍କ ପରିବାରକୁ ବୋର୍ଡ ତରଫରୁ ୨୫ ହଜାର ଟଙ୍କା ପ୍ରଦାନ କରାଯିବ । ଯଦି ଯୁବତୀଜଣକ ନିଜ ସମୁଦାୟର ଜଣେ ପୁରୋହିତ କିମ୍ବା ମନ୍ଦିର ପୂଜାରୀଙ୍କୁ ବିବାହ କରିବେ, ତେବେ ତାଙ୍କୁ ୩ ଲକ୍ଷ ମିଳିବ । ବିବାହର ୫ ବର୍ଷ ପରେ ଏହି ସହାୟତା ପ୍ରଦାନ କରାଯିବ ବୋଲି ସର୍ତ୍ତ ରହିଛି । ଏଥିପାଇଁ ବୋର୍ଡ ୱେବସାଇଟରେ ପଞ୍ଜୀକରଣ କରିବାକୁ ପଡ଼ିଥାଏ । ଏଥିସହ ଆର୍ଥିକ ଅନଗ୍ରସର ଶ୍ରେଣୀର ବୋଲି ପ୍ରମାଣ ଦାଖଲ କରିବାକୁ ପଡ଼ିବ ।

ମନ୍ଦିର ଓ ପୂଜାରୀମାନେ ଦୟନୀୟ ଜୀବନଯାପନ କରୁଥିବାରୁ ସେମାନଙ୍କ ପାଇଁ ଏପରି ନିୟମ ପ୍ରଣୟନ କରାଯାଇଛି । ଏହି ସହାୟତା ରାଶିରେ ସେମାନେ କିଛି ବ୍ୟବସାୟ ଆରମ୍ଭ କରିପାରିବେ । ତେବେ ଏହି ଆଇନକୁ ବିରୋଧୀ ଦଳ ପକ୍ଷରୁ ବିରୋଧ କରାଯାଇଛି । ବ୍ରାହ୍ମଣ ପରିବାରର ଝିଅମାନଙ୍କ ପାଇଁ ସରକାର କୌଣସି ପଦକ୍ଷେପ ନେଉ ନଥିବା ବେଳେ ବିବାହ ବ୍ରାହ୍ମଣ ଝିଅମାନଙ୍କ ଏକମାତ୍ର ଲକ୍ଷ୍ୟ ନୁହେଁ ବୋଲି ବିରୋଧୀ ଦଳ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.