fbpx
BJD SKY
BJD SKY

ଦିଲ୍ଲୀରେ ରହିଛି ଏପରି କ୍ୟାଣ୍ଟିନ୍ ଯେଉଁଠି ୧୨ ଟଙ୍କାରେ ମିଳୁଛି ପେଟପୁରା ଭୋଜନ, ବର୍ଷ ବର୍ଷ ଧରି ଖାଉଛନ୍ତି ବରିଷ୍ଠ ରାଜନେତା

BJD

ନୂଆଦିଲ୍ଲୀ:ଯେତେବେଳେ ସାରା ଦୁନିଆରେ ଦରଦାମ୍ ବୃଦ୍ଧିକୁ ନେଇ ହାହାକାର ଖେଳି ଯାଇଛି ସେତେବେଳେ ଏମିତି ଏକ ଖବର ଆପଣଙ୍କ ମନରେ ଆଶ୍ଚର୍ଯ୍ୟ ସୃଷ୍ଟି କରିବ ନିଶ୍ଚୟ । ନୂଆଦିଲ୍ଲୀର ଭାଇ ବୀର ସିଂହ ମାର୍ଗରେ ଏପରି ଏକ ସ୍ଥାନ ରହିଛି ଯେଉଁଠିକୁ ଗଲେ ଆପଣ ଆମ କଥାର ସତ୍ୟତା ଅନୁଭବ କରିପାରିବେ । ବର, ଅଶ୍ୱତ୍ଥ, ନିମ୍ବ, ଅଶୋକ ଆଦି ଗଛର ଛାଇରେ ଥିବା ଏହି ସ୍ଥାନରେ ପହଞ୍ôଚଲେ ଆପଣଙ୍କୁ ଲାଗିବ ସତେ ଯେମିତି ଏଠି ସମୟ ଅଟକି ଯାଇଛି । ବିଶେଷକରି ଖାଦ୍ୟପଦାର୍ଥର ଦାମ୍ ବିଷୟରେ ଜାଣିଲେ ଆପଣ ନିଜ କାନକୁ ବି ବିଶ୍ୱାସ କରିପାରିବେ ନାହିଁ । ଏହି ସ୍ଥାନରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର କାର୍ଯ୍ୟାଳୟ ରହିଛି । ଏଠିକାର ଏ ଗୋପାଳନ୍ ଭବନର ତଳ ମହଲାରେ ଥିବା କ୍ୟାଣ୍ଟିନକୁ ଆସିଲେ ଆପଣଙ୍କୁ ଉପରୋକ୍ତ କଥାର ସତ୍ୟତା ଜଣାପଡିଯିବ ।

ଏଠିକାର ପରିବେଶ ଯେପରି ଶାନ୍ତିପୂର୍ଣ୍ଣ ଖାଦ୍ୟ ପ୍ଲେଟ୍ ବି ସେହିପରି ସ୍ୱାସ୍ଥ୍ୟପ୍ରଦ ଓ ସ୍ୱାଦିଷ୍ଟ । ମାତ୍ର ୧୨ ଟଙ୍କାରେ ମିଳୁଥିବା ଖାଦ୍ୟ ପ୍ଲେଟ୍ରେ ରହିଛି ରୁଟି, ଭାତ, ଡାଲି ଓ ତରକାରୀ । ତେବେ ଏହି ଖାଦ୍ୟ କେବଳ ପୁରାତନ ଓ ଜଣାଶୁଣା ନେତାଙ୍କ ପାଇଁ ନୁହେଁ ବରଂ ପୂର୍ଣ୍ଣକାଳୀନ କାର୍ଯ୍ୟକର୍ତ୍ତା ଓ ଦୈନିକ ଆସୁଥିବା କାର୍ଯ୍ୟକର୍ତ୍ତାଙ୍କ ଲାଗି ମଧ୍ୟ ରହିଛି । ଏହା ହେଉଛି ସେହି ସ୍ଥାନ ଯେଉଁଠି କମ୍ୟୁନିଷ୍ଟ ପାର୍ଟିର ମୂଳ ସିଦ୍ଧାନ୍ତ ଓ ଆତ୍ମା ଆଜି ବି ମହଜୁଦ ରହିଛି । ଏଠାରେ ଦଳର ସର୍ବକାଳୀନ କାର୍ଯ୍ୟକର୍ତ୍ତା, ଏପରକି କି ପାର୍ଟିର ଆବେଦକ ଏକ ସଙ୍ଗେ ଗୋଟିଏ ଟେବୁଲରେ ଖାଇବାର ମଜା ନେଇଥାନ୍ତି ।

ସିପିଏମ୍ ର ମହାସଚିବ ସୀତାରାମ ୟେଚୁରୀ ମଧ୍ୟ ଏଠାକୁ ପ୍ରାୟ ସମୟ ଆସିଥାନ୍ତି । ୟେଚୁରୀ କହିଛନ୍ତି ଯେବେଠାରୁ ସେ ପାର୍ଟିର ଜଣେ ସମର୍ପିତ କାର୍ଯ୍ୟକର୍ତ୍ତା ହୋଇଛନ୍ତି ସେବେଠାରୁ ସେ ଏଠାକୁ ଆସିବା ଆରମ୍ଭ କରିଥିଲେ ।୧୯୬୮ରୁ ସୀତାରାମ ୟେଚୁରୀ ଏଠାରେ ଖାଇ ଆସୁଛନ୍ତି । ସେ କହିଛନ୍ତି ପ୍ରାୟ ୪୦ ବର୍ଷ ହେବ ସେ ଏଠାକୁ ଖାଇବାକୁ ଆସୁଛନ୍ତି ଓ ଏହି କ୍ୟାଣ୍ଟିନ ଦଳର ମେସ୍ ଭାବରେ କାମ କରୁଛି ।

Get real time updates directly on you device, subscribe now.