fbpx

ବଢ଼ୁଛି ସଂକ୍ରମଣ: ଓଡ଼ିଶାର ଏହି ଜିଲ୍ଲାରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ସଂକ୍ରମଣ ପୁଣିଥରେ ମାଡ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ନିୟମକୁ ପୁଣି କଡ଼ାକଡ଼ି କରିଛି ପ୍ରଶାସନ । ଖୋର୍ଦ୍ଧା ଓ କଟକ ପରେ ଏବେ ସମ୍ବଲପୁରରେ ମାସ୍କ ବାଧ୍ୟତାମୂଳକ ହୋଇଥିବା ଜଣାପଡିଛି । ଏନେଇ ନିର୍ଦ୍ଦେଶାନାମା ଜାରି କରିଛନ୍ତି ସମ୍ବଲପୁର ମହାନଗର ନିଗମ । ଦୋକାନ, ହୋଟେଲରେ କୋଭିଡ ନିୟମ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି । ବେଶି ଭିଡ଼ ହେଲେ ପାର୍ସଲ ସୁବିଧା ଯୋଗାଇଦେବାକୁ ଦୋକାନୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପଟେ ରାଜ୍ୟବାସୀଙ୍କୁ ମାସ୍କ ପିନ୍ଧିବା ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପରାମର୍ଶ ଦେଇଛନ୍ତି । କରୋନା ସଂହକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ଆହ୍ୱାନ ଦେଇଛନ୍ତି । ରାଜ୍ୟରେ ଏବେ ବି ଟଳିନି କରୋନା ମହାମାରୀର ପ୍ରକୋପ । ସଂକ୍ରମଣ ବଢୁଥିବା ବେଳେ ରାଜ୍ୟବାସୀଙ୍କ ପାଇଁ ଏବେ ବି ବିପଦର ଆଶଙ୍କା ରହିଛି । ତେଣୁ ସତର୍କ ରହିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କରୋନାର ପ୍ରମୁଖ ଗାଇଡଲାଇନକୁ ମାନି ଚଳିବା ପୁଣି ଥରେ ଆବଶ୍ୟକ ହୋଇ ପଡିଛି ବୋଲି କହିଛନ୍ତି ନବୀନ । ଏହା ଦ୍ୱାରା ସଂକ୍ରମଣରୁ ନିଜକୁ ଏବଂ ଅନ୍ୟକୁ ସୁରକ୍ଷିତ ରଖିବା ପାଇଁ ମାସ୍କ ପିନ୍ଧିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ନିଜେ ସଚେତନ ହେବା ସହ ସୁରକ୍ଷିତ ରହିବାକୁ ସେ ଆହ୍ୱାନ ଦେଇଛନ୍ତି ।

Get real time updates directly on you device, subscribe now.