କରାଚୀ: ଜୈଶ-ଇ- ମହମ୍ମଦର ପ୍ରତିଷ୍ଠାତା ମସୁଦ ଅଜହରର ୧୪ ଜଣ ପରିବାର ସଦସ୍ୟ ଅପରେଶନ୍ ସିନ୍ଦୁରରେ ପ୍ରାଣ ହରାଇଥିବା ସୂଚନା ।
ଭାରତୀୟ ବାୟୁ ସେନା ଓ ନୌସେନା ପକ୍ଷରୁ ପାକିସ୍ତାନ ଓ ପାକିସ୍ତାରନ ଅଧିକୃତ କଶ୍ମୀରରେ ଏହି ଅପରେଶନ୍ କରାଯାଇଥିଲା । ପାଖାପାଖି ୨୫ ମିନିଟ ଧରି ଚାଲିଥିଲା ଏହି ଅପରେଶନ୍ ।
ମସୁଦର ପୁତୁରା (ମସୁଦ ଭାଇର ପୁଅ) ପ୍ରାଣ ହରାଇଥିବାବେଳେ ଭାରତର ମୋଷ୍ଟ ୱାଣ୍ଟେଡ୍ ଟେରୋରିଷ୍ଟ ରଫ୍ ଅସଗର ଅପରେଶନ୍ ସିନ୍ଦୁରରେ ଗୁରୁତର ଆହତ ହୋଇଥିବା ଗୋଇନ୍ଦା ସୂଚନାରୁ ଜଣାପଡ଼ିଛି ।
ପହଲଗାମ୍ ଆକ୍ରମଣରେ ଜବାବ ଦେବା ଲାଗି ଭାରତୀୟ ସେନା ମଙ୍ଗଳବାର ବିଳମ୍ବିତ ରାତିରେ ଅପରେଶନ୍ ସିନ୍ଦୁର କରିଥିଲା । ଯେଉଁଥିରେ ପାକିସ୍ତାନର ୯ ଆତଙ୍କବାଦୀ ଅଡ୍ଡା ଉପରେ ଆକ୍ରମଣ ହୋଇଥିବା ଖବର ପ୍ରକାଶ ପାଇଛି ।