fbpx

ଗଣଶିକ୍ଷା ବିଭାଗର ଆଉ ଏକ ନିଷ୍ପତ୍ତି: ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ ପିଲାଙ୍କର ୟୁନିଫର୍ମ ରଙ୍ଗ ବଦଳିବ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ରାଜ୍ୟ ସରକାର ହାଇସ୍କୁଲ ପିଲାଙ୍କର ୟୁନିଫର୍ମକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଥିଲେ । ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ୟୁନିଫର୍ମ ରଙ୍ଗ ବଦଳାଇବା ନେଇ ପଦକ୍ଷେପ ଗ୍ରହଣ କରାଯାଇଥିଲା । ପୂର୍ବରୁ ପିଲାମାନେ ସବୁଜ ରଙ୍ଗର ୟୁନିଫର୍ମ ପିନ୍ଧୁଥିବା ବେଳେ ଏବେ ବାଦାମୀ ରଙ୍ଗର ପୋଷାକ ପିନ୍ଧିବା ନେଇ କୁହାଯାଇଥିଲା । ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲର ଛାତ୍ରଛାତ୍ରୀ ନୂଆ ବାଦାବୀ ରଙ୍ଗର ୟୁନିଫର୍ମ ପରିଧାନ କରିବେ । ରାଜ୍ୟ ସରକାରଙ୍କ ତରଫରୁ ଏହି ସମସ୍ତ ସ୍କୁଲକୁ ୟୁନିଫର୍ମ ଯୋଗାଇ ଦିଆଯିବ । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଚିଠି ଲେଖାଯାଇଥିଲା ।

ତେବେ ଏହା ଆଗକୁ ଆବଶ୍ୟକ ପଡ଼ିଲେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ (ଏଲିମେଣ୍ଟାରୀ)ର ପିଲାଙ୍କର ୟୁନିଫର୍ମ ରଙ୍ଗ ପରିବର୍ତ୍ତନ କରାଯିବ । ରାଜନୈତିକ ଉଦ୍ଦେଶ୍ୟ ରଖି ଯଦି ରଙ୍ଗ ପରିବର୍ତ୍ତନ କରାଯାଇଥିବ ତେବେ ତାହାକୁ ବଦଳାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି । ତେବେ କେବଳ ୟୁନିଫର୍ମ ନୁହେଁ, ସ୍କୁଲ କୋଠାର ରଙ୍ଗ ମଧ୍ୟ ବଦଳାଇବାକୁ ଯୋଜନା କରାଯାଇଥିବା ଜଣାପଡ଼ିଛି । ପ୍ରାଥମିକ ପର୍ଯ୍ୟାୟରେ ହାଇସ୍କୁଲ ପିଲାଙ୍କ ୟୁନିଫର୍ମ ରଙ୍ଗ ପରିବର୍ତ୍ତନ କରାଯିବା ପରେ ଦ୍ୱିତୀୟ ପର୍ଯ୍ୟାୟରେ ଏଲିମେଣ୍ଟାରୀ ସ୍କୁଲ ପିଲାଙ୍କର ୟୁନିଫର୍ମ ରଙ୍ଗ ପରିବର୍ତ୍ତନ କରାଯିବ । ପ୍ରଥମେ ହାଇସ୍କୁଲ ପିଲାଙ୍କର ପୋଷାକର ରଙ୍ଗ ପରିବର୍ତ୍ତନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

Get real time updates directly on you device, subscribe now.