ରୁଷରେ ତୀବ୍ର ଭୂମିକମ୍ପର ତାଣ୍ଡବଲୀଳା, ରିକ୍ଟର ସ୍କେଲରେ ତୀବ୍ରତା ୭.୪ ରେକର୍ଡ, ମାଡ଼ିଆସୁଛି ବଡ଼ ସୁନାମି!

ଭୂମିକମ୍ପ ପରେ ବେଳାଭୂମି ପାଇଁ ସୁନାମି ଚେତାବନୀ ଜାରି।

ରୁଷିଆ: ରୁଷରେ ଅନୁଭୂତ ହେଲା ତୀବ୍ର ଭୂମିକମ୍ପ। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୪ ରେକର୍ଡ କରାଯାଇଛି। କାମଚାଟକାର ପୂର୍ବ ଉପକୂଳ ନିକଟରେ ଏହି ଭୂମିକମ୍ପ ଅତ୍ୟନ୍ତ ଉଚ୍ଚ ତୀବ୍ରତାର ଥିଲା।

ରୁଷିଆର କାମଚଟକା ଅଞ୍ଚଳର ପୂର୍ବ ଉପକୂଳ ନିକଟରେ ୭.୪ ତୀବ୍ରତାର ଏକ ଭୂମିକମ୍ପ ହୋଇଛି। ଏହାର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରତାରେ ଥିଲା। ଭୂମିକମ୍ପ ଯୋଗୁଁ ୩୦୦ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ବେଳାଭୂମି ପାଇଁ ସୁନାମି ଚେତାବନୀ ଜାରି କରାଯାଇଛି।

କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଆସିବାର ଗୋଟିଏ ମାସ ପରେ ଏହି ଭୂମିକମ୍ପ ଆସିଛି। କାମଚଟକା ଉପଦ୍ୱୀପ ଏପରି ଏକ ଅଞ୍ଚଳ ଯେଉଁଠାରେ ପ୍ରାୟତଃ ଭୂମିକମ୍ପ ହୁଏ।

ଗତ ମାସରେ ମଧ୍ୟ ଭୂମିକମ୍ପ ଯୋଗୁଁ, ରୁଷ, ଆମେରିକା, ଜାପାନ, ହାୱାଇ, ଚିଲି, କୋଷ୍ଟାରିକା ଏବଂ ଅନ୍ୟାନ୍ୟ ଦେଶରେ ସୁନାମି ଚେତାବନୀ ଜାରି କରାଯାଇଥିଲା।