fbpx

ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ: ଜଣେ ମୃତ, ୧୬ ଜଣ ଆହତ

କୋଚି: ସୋମବାର ଦିନ ଏକ ବେଆଇନ ବାଣ ଗୋଦାମରେ ବିସ୍ଫୋରଣ ଘଟିଥିବା ଖବର ସାମ୍ନାକୁ ଆସିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମହିଳା ଏବଂ ଶିଶୁଙ୍କ ସମେତ ମୋଟ ୧୬ ଜଣ ଆହତ ହୋଇଥିବା କୁହାଯାଉଛି। ଏହି ପୁରା ଘଟଣା ସମ୍ପର୍କରେ ପୋଲିସ ସୂଚନା ଦେଇଛି। ଚାରିଜଣ ଆହତଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରଯାଇଛି।

ଏହି ଅଭାବନୀୟ ଘଟଣା କେରଳର ତ୍ରିପୁନିଥୁରା ଅଞ୍ଚଳରେ ଘଟିଛି। ଜିଲ୍ଲା ପ୍ରଶାସନ କହିଛି ଯେ ମୃତ ବ୍ୟକ୍ତି ଜଣକ ତିରୁବନନ୍ତପୁରର ବାସିନ୍ଦା ବିଷ୍ଣୁ ବୋଲି ଜଣା ପଡିଛି। ବିସ୍ଫୋରଣର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ, କିନ୍ତୁ ଘଟଣାସ୍ଥଳରେ ପହଞ୍ଚିଥିବା ଅଗ୍ନିଶମ ବାହିନୀ ଏବଂ ଉଦ୍ଧାରକାରୀ କର୍ମଚାରୀ କହିଛନ୍ତି ଯେ ଗୋଦାମରେ ଆଣିଥିବା ବିପୁଳ ପରିମାଣର ବାଣ ଏକକାଳୀନ ବିସ୍ଫୋରଣ ହୋଇଛି।

ଅଗ୍ନିଶମ ଓ ଉଦ୍ଧାର ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହା ଏକ ବଡ଼ ବିସ୍ଫୋରଣ, ଯେଉଁଥିପାଇଁ ଅନେକ କିଲୋମିଟର ପର୍ଯ୍ୟନ୍ତ କମ୍ପନ ଅନୁଭୂତ ହୋଇଥିଲା। ସେ କହିଛନ୍ତି ଯେ ସ୍ଥାନୀୟ ଅଗ୍ନିଶମ କେନ୍ଦ୍ରରେ ମଧ୍ୟ କମ୍ପନ ଅନୁଭୂତ ହୋଇଥିଲା ଏବଂ ବିସ୍ଫୋରଣର ଶବ୍ଦରେ ସେମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଧିକାରୀ କହିଛନ୍ତି ଯେ ନିଆଁକୁ ଶୀଘ୍ର ନିୟନ୍ତ୍ରଣକୁ ନିଆଯାଇଥିଲା, କିନ୍ତୁ ଏହାପୂର୍ବରୁ ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା।

Get real time updates directly on you device, subscribe now.