fbpx

ପାକିସ୍ତାନ ସେନା ବେସ୍‌ କ୍ୟାମ୍ପରେ ବଡ଼ ଧରଣର ବିସ୍ଫୋରଣ; ୨୩ ପାକ୍ ସୈନିକ ମୃତ

ନୂଆଦିଲ୍ଲୀ : (ଓଡ଼ିଶା ଭାସ୍କର) ପାକିସ୍ତାନ ସେନା ବେସ୍‌ କ୍ୟାମ୍ପରେ ବଡ଼ ଧରଣର ବିସ୍ଫୋରଣ ସୂଚନା । ଉତ୍ତରପଶ୍ଚିମ ପାକିସ୍ତାନ ସେନା କ୍ୟାମ୍ପରେ ବଡ଼ ବିସ୍ଫୋରଣ ହୋଇଥିବା ନେଇ ଖବର ମିଳିଛି । ବିସ୍ଫୋରଣରେ ୨୩ ଜଣ ପାକିସ୍ତାନ ସୈନିକ ମୃତ ସୂଚନା । ଆତ୍ମଘାତୀ ବିସ୍ଫୋରଣ ହୋଇଥିବା ପ୍ରାଥମିକ ଭାବେ ସୂଚନା । ଇଣ୍ଟର ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ (ଆଇଏସପିଆର୍) ଅନୁଯାୟୀ, ଡିସେମ୍ବର ୧୨ ତାରିଖ ସକାଳେ ୬ ଜଣ ଆତଙ୍କବାଦୀ ସୁରକ୍ଷା ପୋଷ୍ଟ ଉପରେ ଆକ୍ରମଣ କରିଥିଲେ। ତେବେ ପାକ ସେନାର ପ୍ରବଳ ପ୍ରତିରୋଧ ଫଳରେ ପୋଷ୍ଟ ଭିତରକୁ ପ୍ରବେଶ ଉଦ୍ୟମକୁ ସଫଳ ଭାବେ ବିଫଳ କରାଯାଇଥିଲା ।

କିନ୍ତୁ ଏହା ପରେ ଆତଙ୍କବାଦୀମାନେ ଏକ ବିସ୍ଫୋରକ ବୋଝେଇ ଗାଡ଼ି ସହ ପୋଷ୍ଟ ଭିତରକୁ ଯାଇ ଆତ୍ମଘାତୀ ବିସ୍ଫୋରଣ କରିଥିଲେ । ଯାହାତୁ ନେଇ ତେହରିକ-ଏ-ତାଲିବାନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ସୂଚନାଯୋଗ୍ୟ, ଏହି ଆତଙ୍କବାଦୀ ସଂଗଠନ ଆଫଗାନିସ୍ତାନ ଭଳି ପାକିସ୍ତାନରେ ସରକାର ଗଠନ କରିବାକୁ ଚାହୁଁଛି । ସେଥିପାଇଁ ସେ ଲଗାତାର ସରକାରୀ ବିଭାଗ ଓ ଅଧିକାରୀଙ୍କୁ ଟାର୍ଗେଟ କରୁଥିବା କୁହାଯାଉଛି ।

Get real time updates directly on you device, subscribe now.