fbpx

ଗାଲାକ୍ସି ପ୍ଲାଜାରେ ଭୀଷଣ ନିଆଁ , ଜୀବନ ବଞ୍ଚାଇବାକୁ ପଞ୍ଚମ ଓ ତୃତୀୟ ମହଲାରୁ ଡେଇଁଲେ ଲୋକେ

Advertisement

ଗ୍ରେଟର ନୋଏଡା : ଗ୍ରେଟର ନୋଏଡା ସ୍ଥିତ ଗାଲାକ୍ସି ପ୍ଲାଜାରେ ଭୀଷଣ ନିଆଁ ଲାଗିଯାଇଛି । ଜୀବନ ବଞ୍ଚାଇବା ଲାଗି କିଛି ଲୋକ ମଲ୍ ର ତୃତୀୟ ମହଲାରୁ ଡେଇଁ ପଡିଛନ୍ତି ଓ ଆହତ ହୋଇଛନ୍ତି । ବହୁ ଲୋକ ମଲ୍ ମଧ୍ୟରେ ଫଶି ରହିଥିବା ନେଇ ମଧ୍ୟ ସୂଚନା ମିଳିଛି । ତେବେ ଘଟଣାସ୍ଥଳରେ ଦମକଳ ଗାଡିି ପହଞ୍ଚିଥିବା ବେଳେ ନିଆଁକୁ ଆୟତ୍ତ କରିବା କାର୍ଯ୍ୟ ଜାରି ରହିଛି ।
ମିଳିଥିବା ସୂଚନା ଅନୁସାରେ ଗ୍ରେଟର ନୋଏଡା ୱେଷ୍ଟ ବିସରଖ ଥାନା ଅଞ୍ଚଳର ଗୌର ସିଟି ୱାନ୍ ଫାଷ୍ଟ ଆଭେନ୍ୟୁ ରେ ଭୀଷଣ ନିଆଁ ଲାଗିଯାଇଛି । ଏହି ନିଆଁ ସଟ ସର୍କିଟ୍ ରୁ ଲାଗିଥିବା କୁହାଯାଉଛି । ପ୍ଲାଜା ମଧ୍ୟରେ ବହୁ ଲୋକ ଫଶି ରହିଥିବାର ଆଶଙ୍କା କରାଯାଉଛି ।

ଏହି ଭୟାନକ ଅଗ୍ନିକାଣ୍ଡର ଭିଡିଓ ଏବେ ସାମ୍ନାକୁ ଆସିବାରେ ଲାଗିଛି ଯେଉଁଥିରେ ଦେଖିବାକୁ ମିଳୁଛି ଲୋକମାନେ ଜୀବନ ବଞ୍ଚାଇବା ଲାଗି ଝରକା ଦ୍ୱାର ବାଟେ ତଳକୁ ଡେଇଁବାକୁ ଚେଷ୍ଟା କରୁଛନ୍ତି । କିଛି ଲୋକ ୫ମ ମହଲା ଓ ୩ୟ ମହଲାରୁ ତଳକୁ ଡେଇଁ ଆହତ ହୋଇଥିବାର ଜଣାପଡିଛି । ତେବେ ତଳକୁ ଡେଉଁଥିବା ଲୋକଙ୍କ ଲାଗି ତଳେ ଗଦି ବିଛା ଯାଇଛି । ଘଟଣା ସ୍ଥଳରେ ଫାୟାର ଟିମ୍ ପହଞ୍ଚି ନିଆଁକୁ ଆୟତ୍ତକୁ ଆଣିବାକୁ ଚେଷ୍ଟା ଚଳାଇଛନ୍ତି । ଏହି ଘଟଣା ପରେ ଜଣାପଡିଛି ଯେ, ବିଲ୍ଡରଙ୍କ ପାଖରେ ସୁରକ୍ଷାର କୌଣସି ବ୍ୟବସ୍ଥା ନ ଥିଲା । ଘଟଣା ପରେ ଫାୟାର ଡିପାର୍ଟମେଣ୍ଟର ନିଦ ଭାଙ୍ଗିଛି ଓ ମାମଲାର ଯାଞ୍ଚ ଆରମ୍ଭ ହୋଇଛି ।

 

Get real time updates directly on you device, subscribe now.