fbpx

ଧରା ପଡ଼ିଲା ମାଷ୍ଟର ମାଇଣ୍ଡ: ସଂସଦ ସୁରକ୍ଷା ବଳୟ ଭଙ୍ଗ ଘଟଣାରେ ପୋଲିସକୁ ବଡ଼ ସଫଳତା

ନୂଆଦିଲ୍ଲୀ: ସଂସଦରେ ସୁରକ୍ଷା ବ୍ୟବସ୍ଥା ଉଲ୍ଲଙ୍ଘନ କରିବା ମାମଲାରେ ଏକ ବଡ଼ ଖବର ଜାଣିବାକୁ ମିଳିଛି । ଏହି କାଣ୍ଡରେ ସାମିଲ ତିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ଦିଲ୍ଲୀ ପୋଲିସ । ସଂସଦରେ ପଶି ସୁରକ୍ଷା ବ୍ୟବସ୍ଥା ଭାଙ୍ଗିବା ମାମଲାର ମାଷ୍ଟରମାଇଣ୍ଡ ଲଳିତ ଝା ବର୍ତ୍ତମାନ ପୋଲିସ କବଜାରେ ଧରାପଡ଼ିଛି । ରାଜଧାନୀ ଦିଲ୍ଲୀରେ ହିଁ ଲଳିତକୁ ଗିରଫ କରିଛି ପୋଲିସ । ତେବେ ଗିରଫ ପରେ ଅଭିଯୁକ୍ତ ବିରୋଧରେ କୋର୍ଯ ଚାଲାଣ କରାଯିବ ।

ସଂସଦ ଭିତରେ ପଶି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ଅଭିଯୋଗରେ ଅନ୍ୟ ୪ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ୭ ଦିନ ପାଇଁ ପୋଲିସ ହେପାଜତକୁ ପଠାଯାଇଛି । ଏହି ସମୟ ମଧ୍ୟରେ ମାମଲାକୁ ନେଇ ପଚରାଉଚରା କରିବ ପୋଲିସ । ଲୋକସଭା ମଧ୍ୟରେ ଗିରଫ ହୋଇଥିବା ସାଗର ଶର୍ମା ଏବଂ ଡି. ମନୋରଞ୍ଜନଙ୍କ ସହିତ ବାହାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ନୀଲମ ଦେବୀ ଓ ଅମୁଲ ଶିନ୍ଦେ ଏବେ ପୋଲିସର ହେପାଜତରେ ରହିବେ । ଘଟଣା ସମ୍ପର୍କରେ ତନାଘନା କରି ଦିଲ୍ଲୀ ପୋଲିସ ।

ସୂଚନା ଅନୁସାରେ, ଗତକାଲିର ସଂସଦରେ ସୁରକ୍ଷା ଭଙ୍ଗ କରିବା ମାମଲାରେ ୫ ଜଣଙ୍କୁ ପୋଲିସ ଗିରପ କରିଥିଲା । ଏମାନଙ୍କ ମଧ୍ୟରୁ ୨ ଜଣ ସଂସଦ ଭିତରେ ହଳଦିଆ ରଙ୍ଗର ଧୂଆଁ ସ୍ପ୍ରେ କରିଥିବା ବେଳେ ଅନ୍ୟ ୨ ଜଣ ବାହାରେ ଏହାକୁ ବିକ୍ଷୋଭ କରିଥିବା ଦେଖାଯାଇଥିଲା । ଲକ୍ଷେ୍ନøର ସାଗର ଶର୍ମା ଏବଂ ମାଇସୋରର ଡି ମନୋରଂଜନ ସୁରକ୍ଷା ବ୍ୟବସ୍ଥା ଭାଙ୍ଗି ଭିତରେ ପ୍ରବେଶ କରିବା ସହ ଧୂଆଁ ସ୍ପ୍ରେ କରିଥିଲେ। ତେବେ ଅଭିଯୁକ୍ତଙ୍କ ଏଭଳି କାଣ୍ଡ ସଂସଦ ଭିତରେ କିଛି ସମୟ ପାଇଁ ଆତଙ୍କ ସୃଷ୍ଟି କରିଥିଲା । ତେବେ ଏଭଳି କାଣ୍ଡ ଘଟାଇବାର କିଛି ସମୟ ମଧ୍ୟରେ ସଂସଦର ସିକ୍ୟୁରିଟି, ୱାର୍ଡ ଷ୍ଟାଫ ଏବଂ ସାଂସଦଙ୍କ ଦ୍ୱାରା ଧରା ପଡ଼ିଛନ୍ତି । ସେପଟେ ଅନ୍ୟ ଦୁଇ ଜଣ(ନୀଲମ ଏବଂ ଅମୁଲ) ସଂସଦ ଭିତରକୁ ପ୍ରବେଶ ପାଇଁ ଭିଜିଟର୍ସ ପାସ୍ ପାଇ ନଥିଲେ । ଏମାନେ ସଂସଦ ବାହାରେ ସ୍ମୋକ ବମ୍ ସହିତ ସ୍ଲୋଗାନ୍ ଦେଇଥିବା ବେଳେ ଗିରଫ ହୋଇଥିଲେ ।

Get real time updates directly on you device, subscribe now.