fbpx
BJD SKY
BJD SKY

ଅଧିନାୟକ ସୂର୍ଯ୍ୟକୁମାରଙ୍କ ପ୍ରଚଣ୍ଡ ରୂପ: ତୃତୀୟ ଟି-୨୦ରେ ହାସଲ କଲେ ବିସ୍ଫୋରକ ଶତକ

BJD

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ବିସ୍ଫୋରକ ଇନିଂସ କେଳିଛନ୍ତି ଟିମ ଇଣ୍ଡିଆର ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୫୬ ବଲରେ ଟି-୨୦ରେ ହାସଲ କରିଛନ୍ତି ଆଉ ଏକ ଶତକ । ତେବେ ଅଧିନାୟକ ଭାବରେ ଏହା ସୂର୍ଯ୍ୟକୁମାର ନିଜର ପ୍ରଥମ ଶତକ ହାସଲ କରିଛନ୍ତି । ତେବେ ଏହି ଶତକୀୟ ଇନିଂସ ସହିତ ରୋହିତ ଶର୍ମାଙ୍କ ବିଶ୍ୱ ରେକର୍ଡର ସମକକ୍ଷ ହୋଇଛନ୍ତି ସୂର୍ଯ୍ୟକୁମାର ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ପୁଣିଥରେ ସୂର୍ଯ୍ୟକୁମାରଙ୍କ ବ୍ୟାଟ୍ ଗର୍ଜନ କରୁଥିବାର ଦେଖାଯାଇଛି । ତୃତୀୟ ଟି-୨୦ ମ୍ୟାଚରେ ଆଫ୍ରିକା ବୋଲର ସୂର୍ଯ୍ୟଙ୍କ ପ୍ରଚଣ୍ଡ ରୂପ ଦେଖିଛନ୍ତି । ମାତ୍ର ୫୬ ବଲରେ ବିସ୍ଫୋରକ ବ୍ୟାଟିଂ କରି ହାସଲ କରିଛନ୍ତି ଟି-୨୦ କ୍ୟାରିୟରର ଚତୁର୍ଥ ଶତକ । ଏହି ବିସ୍ପୋରକ ଇନିଂସରେ ୮ଟି ଛକା ସାମିଲ ଥିବା ବେଳେ ୭ଟି ଚୌକା ମଧ୍ୟ ରହିଛି । ତେବେ ସୂର୍ଯ୍ୟକୁମାରଙ୍କ ଶତକ ବ୍ୟତୀତ ଷ୍ଟାର ଓପନର ଯଶସ୍ୱୀ ଜଏସ୍ୱାଲ ୪୧ ବଲରୁ ୩ଟି ଛକା ଏବଂ ୬ଟି ଚୌକା ସହ ୬୦ ରନ୍ କରିଛନ୍ତି । ଏହାବ୍ୟତୀତ ଭାରତର ଅନ୍ୟ କୌଣସି ବ୍ୟାଟର ବଡ଼ ସ୍କୋର କରିବାରେ ବିଫଳ ହୋଇଛନ୍ତି । ତେବେ ସୂର୍ଯ୍ୟକୁମାର ଏବଂ ଜଏସ୍ୱାଲଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ୨୦୦ ରନ୍ ପାର୍ କରିଛି । ୨୦ ଓଭରରେ ୨୦୧ ରନ୍ କରିତିବା ବେଳେ ଦକ୍ଷିଣ ଆଫ୍ରିକାକୁ ୨୦୨ ରନର ଟାର୍ଗେଟ ଦେଇଛି ସୂର୍ଯ୍ୟବାହିନୀ ।

ତୃତୀୟ ଟି-୨୦ରେ ଏହି ଶତକ ସହ ସୂର୍ଯ୍ୟକୁମାର ନିଜ ଟି-୨୦ କ୍ୟାରିୟରରେ ଚତୁର୍ଥ ଶତକ ହାସଲ କରିଛନ୍ତି । ଏହାସହିତ ଟିମ ଇଣ୍ଡିଆର ରୋହିତ ଶର୍ମାଙ୍କ ଏକ ବିଶ୍ୱ ରେକର୍ଡର ସମକକ୍ଷ ହୋଇଛନ୍ତି ସୂର୍ଯ୍ୟକୁମାର । ଭାରତର ଉଭୟ ଖେଳାଳି ଟି-୨୦ରେ ୪ଟି ଲେଖାଏଁ ଶତକ ନିଜ ନାମରେ କରିଛନ୍ତି । ଏହାବ୍ୟତୀତ ଅଷ୍ଟ୍ରେଲିଆର ଷ୍ୟାର କ୍ରିକେଟର ଗ୍ଲେନ ମାକ୍ସୱେଲ ମଧ୍ୟ ୪ଟି ଲେଖାଏଁ ଟି-୨୦ ଶତକ ନିଜ ନାମରେ କରିଛନ୍ତି । ତେବେ ଆଜିର ମ୍ୟାଚ ଭାରତ ପାଇଁ କର ବା ମର ସ୍ଥିତିରେ ରହିଥିବା ବେଳେ ଅଧିନାୟକ ପାଳି ଖେଳି ଭାରତକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଛନ୍ତି ସୂର୍ଯ୍ୟ-ଜଏସ୍ୱାଲ ଯୋଡ଼ି ।

Get real time updates directly on you device, subscribe now.