ପ୍ରେମିକାକୁ ବାହା ହେବା ପାଇଁ ମା’ଙ୍କୁ ଚିଠି, ସମସ୍ତେ ଦେଖି ଆଶ୍ଚର୍ଯ୍ୟ

ପ୍ରେମିକାକୁ ବାହା ହେବା ପାଇଁ ମା'ଙ୍କୁ ଦେଲେ ଚିଠି

ଛତିଶଗଡ଼: ପ୍ରେମିକାକୁ ବାହା ହେବା ପାଇଁ ନିବେଦନ କରି ମା’ଙ୍କୁ ଦେଇଥିଲେ ଚିଠି। ଏଭଳି ଏକ ଘଟଣା ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲାରେ ମାତା ଦନ୍ତେଶ୍ୱରୀଙ୍କ ମନ୍ଦିରରେ ଦେଖିବାକୁ ମିଳିଛି।

ଏହି ମନ୍ଦିରକୁ ପ୍ରତିଦିନ ଶହ ଶହ ଭକ୍ତ ଆସିଥାନ୍ତି। ସେମାନେ ମାତାଙ୍କ ଦର୍ଶନ କରି ମନ୍ଦିରରେ ରଖାଯାଇଥିବା ଦାନ ବାକ୍ସରେ ଟଙ୍କା ହେଉ କିମ୍ବା ସୁନା ରୁପା, ଦାନ କରନ୍ତି।

ଦୀର୍ଘ ପାଞ୍ଚ ମାସ ପରେ ସୋମବାର ଦିନ ଏହି ଦାନ ବାକ୍ସ ଖୋଲାଯାଇଥିଲା। ସେଥିରେ ଏମିତି କିଛି ମିଳିଥିଲା ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ସେହି ଦାନ ବାକ୍ସରେ ଟଙ୍କା, ସୁନା ଏବଂ ରୂପା ବ୍ୟତୀତ ଭକ୍ତମାନଙ୍କଠାରୁ ଶୁଭେଚ୍ଛା ପତ୍ର ସହିତ ପ୍ରେମ ପତ୍ର ମଧ୍ୟ ମିଳିଥିଲା। ସେଥିରେ ଥିବା ଚିଠି ମଧ୍ୟରୁ ଗୋଟିଏ ଚିଠି ବେଶ ଆକର୍ଷଣୀୟ ଥିଲା, ଯେଉଁଥିରେ ଲେଖାଥିଲା ” ମାଆ ମୋତେ ମୋ ପ୍ରେମିକା ସହ ବାହା କରେଇଦେ”