fbpx

ଘରେ କେହି ନଥିବା ବେଳେ ତଣ୍ଟି କାଟିଦେଲେ Math Teacher: କାରଣ ଏବେ ବି ଅସ୍ପଷ୍ଟ

ଉମରକୋଟ: ଜଣେ ଶିକ୍ଷକ ହୋଇ ବି ନିଜକୁ ନିଜ ଆୟତ୍ତରେ ରଖି ପାରି ନାହାନ୍ତି ହାଇସ୍କୁଲର ଗଣିତ ସାର୍ । ନିଜ ତଣ୍ଟିକୁ ନିଜେ ହାତରେ କାଟି ଦେଇଛନ୍ତି ମ୍ୟାଥ୍ ଟିଚର୍ । ରାଇଘର ବ୍ଲକ କରୋପାରା ଗାଁ ହାଇସ୍କୁଲର ଗଣିତ ଶିକ୍ଷକ ଆଶିଷ ସ୍ୱାଇଁ ଅଚାନକ ଭାବରେ ଏଭଳି ଏକ କାଣ୍ଡ ଘଟାଇଛନ୍ତି । ଏହି ମାମଲାକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା ଜୋର ଧରିଛି । ସେପଟେ ତଣ୍ଟ କାଟିବା ପରେ ଗୁରୁତର ହୋଇ ପଡ଼ିଛନ୍ତି ଗଣିତ ଶିକ୍ଷକ ଆଶିଷ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଘରେ କେହି ନଥିବା ବେଳେ ଆଶିଷ ନିଜ ତଣ୍ଟି ନିଜେ କାଟି ଦେଇଥିବା ଜାଣିବାକୁ ମିଳିଛି । ତେବେ ଏଭଳି ଏକ କାଣ୍ଡ ଘଟାଇବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହାପରେ ମଧ୍ୟ ପାଲିସ ଘଟଣାର ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.