fbpx
BJD SKY
BJD SKY

ଠକେଇର ନୂଆ ମାଧ୍ୟମ ପାଲଟିଛି ଟେଲିଗ୍ରାମ୍; ଅନ୍‌ଲାଇନ ଚାକିରିର ଲୋଭ ଦେଖାଇ ଠକିଦେଲେ ସାଢେ ୯ଲକ୍ଷ

BJD

ଓଡ଼ିଶା ଭାସ୍କର: ଠକେଇର ନୂଆ ମାଧ୍ୟମ ପାଲଟିଛି ଟେଲିଗ୍ରାମ । ଅନ୍‌ଲାଇନ ପାର୍ଟ୍ ଟାଇମ୍ ଚାକିରିର ପ୍ରଲୋଭନ ଦେଖାଇ ଲୋକଙ୍କୁ ଦିଆ ଯାଉଛି ଟାସ୍କ । ସାଢେ ୯ ଲକ୍ଷ ଟଙ୍କା ଠକେଇ ର ଶିକାର ହେଲେ ଯୁବ ବ୍ୟବସାୟୀ । ଅଭିଯୋଗ ଅନୁସାରେ ବିଭିନ୍ନ ଆଳରେ ଲାଇକ ଓ ରେଟିଙ୍ଗ କରିବାକୁ ଟାସ୍କ ଟାସ୍କ ଦିଆଯାଇଥିଲା । ପଥମେ ୮୦୦ ଓ ପରେ ୧୦ ହଜାର ଡିପୋଜିଟ କରି ୧୩ ହଜାର ଟଙ୍କା ଉଠାଇଥିଲେ ଅଭିଯୋଗକାରୀ ।

ଏହା ପରେ ୨୮ ଟି ସ୍ଟେପ ପୂରଣ ପରେ ଟଙ୍କା ମିଳିବ ଲୋଭ ଦେଖାଇ ସାଢେ ୯ ଲକ୍ଷ ଟଙ୍କା ଡିପୋଜିଟ କରିଥିଲେ ଅଭିଯୋକାରୀ । ହେଲେ ଟଙ୍କା ନ ମିଳିବାରୁ ଏବେ ସାଇବର ଥାନାର ଦ୍ୱାରସ୍ତ ହୋଇଛନ୍ତି ଅଭିଯୋଗକାରୀ । ସେହିପରି ଟେଲିଗ୍ରାମରେ ପୁଅକୁ ମଡେଲିଙ୍ଗ୍ ଶିଖାଇବା ଲୋଭ ଦେଖାଇ ବିଭିନ୍ନ କିସ୍ତି ରେ ୧ ଲକ୍ଷ ୧୩ ହଜାର ଟଙ୍କା ଠକେଇ ହୋଇଛନ୍ତି ଜଣେ ମହିଳା ।

Get real time updates directly on you device, subscribe now.