fbpx

ଫେବ୍ରୁଆରୀ ୨୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା

କଟକ: ଆସନ୍ତା ମାଟ୍ରିକ ପରୀକ୍ଷା ପାଇଁ ଘୋଷଣା ହୋଇଛି ତାରିଖ। ଗୁରୁବାର ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ ଓଡ଼ିଶା ପକ୍ଷରୁ ତାରିଖ ପ୍ରକାଶ ପାଇଛି। ୨୦ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ୪ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଚାଲିବ ବୋଲି ସୂଚନା ଦିଆଯାଇଛି।

ମାଟ୍ରିକ ସହ ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ବି ହେବ ବୋଲି କୁହାଯାଇଛି। ସେହିଭଳି ମାଟ୍ରିକ୍‌ ଖାତା ଦେଖା ତାରିଖ ମଧ୍ୟ ଘୋଷଣା କରିଛି ବୋର୍ଡ। ମାର୍ଚ୍ଚ ୧୨ରୁ ଖାତାଦେଖା ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି। ଅତିକମ୍‌ରେ ଖାତାଦେଖା ୧୨ ଦିନ ଚାଲିବ। ପରୀକ୍ଷା ସଂପର୍କରେ ବିସ୍ତୃତ ବିବରଣୀ ପରେ ଘୋଷଣା କରାଯିବ ବୋଲି କୁହାଯାଇଛି।

Get real time updates directly on you device, subscribe now.