fbpx
BSKY SKY
BSKY SKY

ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ ମାଟ୍ରିକ ସମ୍ମେଟିଭ୍ ପରୀକ୍ଷା: ୧୧ରୁ ପ୍ରାକ୍ଟିକାଲ, ବୋର୍ଡ ପକ୍ଷରୁ ସୂଚନା

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ଏକ ନୂଆ ଅପଡେଟ୍ ଆସିଛି । ଆସନ୍ତା ୨୩ ତାରିଖଠାରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ସମ୍ମେଟିଭ୍ ଆସେସମେଣ୍ଟ-୧ ପରୀକ୍ଷା ଆରମ୍ଭ ହେବ । ୨୩ରୁ ୩୦ ତାରିଖ ପର୍ଯ୍ୟନ୍ତ ଏହିି ପରୀକ୍ଷା ଚାଲିବ । ସେହିପରି ଆସନ୍ତା ୧୧ ତାରିଖରୁ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ । ମାଟ୍ରିକ ପରୀକ୍ଷା ବାବଦରେ ବୋର୍ଡ ଅଫିସ ତରଫରୁ ଏକ ପ୍ରେସମିଟ୍ ଜରିଆରେ ସୂଚନା ଦିଆଯାଇଛି ।

ଆଜିଠାରୁ ଛାତ୍ରଛାତ୍ରୀଙ୍କ ପାଇଁ ଆଡମିଟ୍ କାର୍ଡ ଉପଲବ୍ଧ ହେବ । ବୋର୍ଡ ୱେବସାଇଟ http://www.bseodisha.ac.in/କୁ ଯାଇ ପରୀକ୍ଷାର୍ଥୀମାନେ ସେମାନଙ୍କର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ମୋଟ ୫ ଲକ୍ଷ ୩୨ ହଜାର ୭୧୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ୩୦୨୯ଟି ସେଣ୍ଟରରେ ଏହି ପରୀକ୍ଷା ଅନୁଷ୍ଠିତ ହେବା ସହ ୩୧୬ଟି ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ରହିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ନିକଟରେ ମାଟ୍ରିକ ପରୀକ୍ଷା ନିୟମରେ କିଛି ପରିବର୍ତ୍ତନ କରାଯାଇଥିଲା । ଛାତ୍ରଛାତ୍ରୀଙ୍କର ବୌଦ୍ଧିକ ଓ ଶାରୀରିକ ବିକାଶ ପାଇଁ ଗତ ମାସରେ ରାଜ୍ୟ ସରକାର ଏକ ନୂଆ ପଦକ୍ଷେପ ନେଇଥିଲେ । ପାଠ ବ୍ୟତୀତ ଶାଠରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ମାର୍କ ଦିଆଯିବ ବୋଲି କୁହାଯାଇଥିଲା । ସେଥିପାଇଁ ଆସ୍ପିରେସନାଲ କମ୍ପୋନେଣ୍ଟ ସବଜେକ୍ଟ ଲାଗୁ ହେବା ସହ ଅତିରିକ୍ତ ୧୦୦ ମାର୍କ ଯୋଡ଼ା ଯାଇଥିଲା । ଓଡ଼ିଶା ମାଟ୍ରିକ ପରୀକ୍ଷା ଇତିହାସରେ ପ୍ରଥମ ଥର ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିଲା ।

Get real time updates directly on you device, subscribe now.