କେବେ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା? ଘୋଷଣା ହେଲା ତାରିଖ

ଜୁଲାଇ 1 ତାରିଖରୁ ହେବ ମାଟ୍ରିକ ସାପ୍ଲାମେଣ୍ଟାରୀ ପରୀକ୍ଷା ।

ଭୁବନେଶ୍ବର: ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଫର୍ମ ପୂରଣ ଜାରି ରହିଥିବା ବେଳେ ଘୋଷଣା ହେଲା ସପ୍ଲିମୋଣ୍ଟାରୀ ପରୀକ୍ଷା ତାରିଖ । ଜୁଲାଇ 1 ତାରିଖରୁ ହେବ ମାଟ୍ରିକ ସାପ୍ଲାମେଣ୍ଟାରୀ ପରୀକ୍ଷା ।

ଏହି ସପ୍ଲିମେଣ୍ଟାରୀ ପରୀକ୍ଷା ଜୁଲାଇ 1 ତାରିଖରୁ ଆରମ୍ଭ ହୋଇ 10 ତାରିଖ ଯାଏଁ ଚାଲିବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଜାରି କରାଯାଇଛି । ଏହି ପରୀକ୍ଷା ସକାଳ 9ଟାରୁ ଆରମ୍ଭ ହୋଇ ଦିନ ସାଢେ 11ଟା ଯାଏଁ ଚାଲିବ ।

ପ୍ରକାଶଥାଉକି, ମାଟ୍ରିକ ପରୀକ୍ଷାରେ ଫେଲ ହୋଇଥିବା ଛାତ୍ରଛାତ୍ରୀ, ଏମପି ହୋଇଥିବା ଛାତ୍ରଛାତ୍ରୀ ଏବଂ ପରୀକ୍ଷାରେ ଅନୁପସ୍ଥିତ ରହିଥିବା ଛାତ୍ରଛାତ୍ରୀଙ୍କ ପାଇଁ ବୋର୍ଡ ପକ୍ଷରୁ ଏକ ସୁଯୋଗ ଦିଆଯାଇଛି ।

ମାଟ୍ରିକ ସପ୍ଲିମେଣ୍ଟାରୀ ପାଇଁ ଆବେଦନ ତାରିଖ ଆରମ୍ଭ ହୋଇଥିବା ବେଳେ ମେ 26 ତାରିଖ ଯାଏଁ ଫର୍ମ ପୂରଣ କରିପାରିବେ ଛାତ୍ରଛାତ୍ରୀ । ସପ୍ଲିମେଣ୍ଟାରୀ ପରୀକ୍ଷା ଦେବାକୁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀମାନେ ପ୍ରଧାନଶିକ୍ଷକଙ୍କ ଜରିଆରେ ଫର୍ମ ପୂରଣ କରିପାରିବେ । 420 ଟଙ୍କା ଦେୟ ଦେବାକୁ ହେବ ।

ଚଳିତ ବର୍ଷର ମାଟ୍ରିକ ପରୀକ୍ଷା କଥା ଦେଖିଲେ 8 ହଜାର 362 ଜଣ ପରୀକ୍ଷାରେ ଅନୁପସ୍ଥିତ ରହିଥିଲେ । ସେହିପରି 17 ହଜାର 384 ପରୀକ୍ଷାର୍ଥୀ ଫେଲ୍ ହୋଇଥିଲେ ।