fbpx

ଜୁଲାଇ ୩ ତାରିଖରେ ସପ୍ଲିମେଣ୍ଟାରୀ: ମେ’ ୨୬ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଜୁଲାଇ ୩ ତାରିଖରୁ ଆରମ୍ଭ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ଦୁଇ ବର୍ଷ ପରେ ପୁଣିଥରେ ଛାତ୍ରଛାତ୍ରୀଙ୍କ ପାଇଁ ଫେରୁଛି ସପ୍ଲିମେଣ୍ଟାରୀ ପରୀକ୍ଷା । ଗତବର୍ଷ ଏହି ପରୀକ୍ଷା ବନ୍ଦ କରାଯାଇଥିବା ବେଳେ ଚଳିତବର୍ଷ ପୁଣଇଥରେ ଏହାକୁ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ଏଥିପାଇଁ ଆସନ୍ତ ମେ’ ୨୬ ତାରିଖ ଆବେଦନ କରିପାରିବେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ । ତେବେ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆବେଦନର ଶେଷ ତାରିଖ ଜୁଲାଇ ୧ ରହିଛି । ଏହି ତାରିଖ ମଧ୍ୟରେ ପିଲାମାନେ ଫର୍ମ ପୂରଣ କରି ପରୀକ୍ଷା ପାଇଁ ଆବେଦନ କରିପାରିବେ । ତେବେ ଜୁଲାଇ ୩ ତାରିଖରୁ ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲୁ ରହିବ । ଏ ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ମାଟ୍ରିକ ପରୀକ୍ଷାରେ ଫେଲ କିମ୍ବା ଡ୍ରପ-ଆଉଟ ରହିଥିବା ପିଲାମାନଙ୍କ ପାଇଁ ଏହି ପରୀକ୍ଷା ଆୟୋଜିତ ହେବ ।

ଏହାବ୍ୟତୀତ ଆସନ୍ତା ୨୩ ତାରିଖରୁ ପିଲାମାନେ ଖାତା ରିଚେକିଙ୍ଗ ପାଇଁ ଆବେଦନ କରିପାରିବେ । ହାଇସ୍କୁଲ ପାଇଁ ଛାତ୍ରଛାତ୍ରୀମାନେ ଅନଲାଇନରେ ଆବେଦନ କରିପାରିବେ । ତେବେ ମଧ୍ୟମା ଏବଂ ଷ୍ଟେଟ ଓପନ ସ୍କୁଲ ପାଇଁ ଅଫଲାଇନରେ ଆବେଦନ କରିବେ ମାଟ୍ରିକ ପରୀକ୍ଷାର୍ଥୀ ।

Get real time updates directly on you device, subscribe now.