‘ନ ଜିତିଲେ, ବିବସ୍ତ୍ର ହୋଇ…’, ଜୋ ରୁଟଙ୍କୁ ନେଇ ପୂର୍ବତନ ଦିଗ୍ଗଜ ଖେଳାଳିଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି
ଜୋ ରୁଟଙ୍କୁ ନେଇ ପୂର୍ବତନ ଦିଗ୍ଗଜଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି
ନୂଆଦିଲ୍ଲୀ: ଇଂଲଣ୍ଡର ଦିଗ୍ଗଜ ଟେଷ୍ଟ ବ୍ୟାଟ୍ସମ୍ୟାନ ଜୋ ରୁଟ୍ ଟେଷ୍ଟ କ୍ରିକେଟରେ ଶାନଦାର ଫର୍ମରେ ଅଛନ୍ତି। ସେ ଭାରତ ବିପକ୍ଷରେ ପାଞ୍ଚଟି ମ୍ୟାଚର ଟେଷ୍ଟ ସିରିଜରେ ଶାନଦାର ବ୍ୟାଟିଂ କରିଛନ୍ତି। ଏହି ସିରିଜରେ ଜୋ ରୁଟ ୫୦୦ରୁ ଅଧିକ ରନ କରିଛନ୍ତି।
ଏହାରି ମଧ୍ୟରେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର matthew hayden ରୁଟଙ୍କୁ ନେଇ ବଡ଼ ବୟାନ ଜାରି କରିଛନ୍ତି। ଜୋ ରୁଟ ଏପର୍ଯ୍ୟନ୍ତ ୩୯ଟି ଟେଷ୍ଟ ଶତକ ମାରିଛନ୍ତି। ହେଲେ ଆଶ୍ଚର୍ଯ୍ୟଜନକ କଥା ହେଉଛି, ସେ ଅଷ୍ଟ୍ରେଲିଆରେ ଏପର୍ଯ୍ୟନ୍ତ ଗୋଟିଏ ବି ଟେଷ୍ଟ ଶତକ ମାରିପାରି ନାହାନ୍ତି।
ଜୋ ରୁଟ୍ଙ୍କୁ ନେଇ ଏମିତି କହିଲେ ହେଡନ: ହେଡନ କ୍ରିକେଟ ଶୋ ଅଲ ଓଭର ବାର ଦ କ୍ରିକେଟର ୟୁଟ୍ୟୁବ ଚ୍ୟାନେଲରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ଇଂଲଣ୍ଡର ବ୍ୟାଟ୍ସମ୍ୟାନ ଜୋ ରୁଟ ଶତକ ନମାରିବେ ତେବେ ମେଲବର୍ନ କ୍ରିକେଟ ଗ୍ରାଉଣ୍ଡରେ ବିବସ୍ତ୍ର ହୋଇ ବୁଲିବେ।
ଏଥିସହ ସେ କହିଛନ୍ତି ଯେ, ଏଥର ରୁଟ ଅଷ୍ଟ୍ରେଲିଆରେ ଶତକକୁ ଅବଶ୍ୟ ପୂରା କରିବେ। ଏସେଜ ସିରିଜ ୨୧ ନଭେମ୍ବରରେ ପର୍ଥରେ ଆରମ୍ଭ ହେବ ଏବଂ ଏଥର ସମସ୍ତ ପାଞ୍ଚଟି ଟେଷ୍ଟ ଖେଳାଯିବ।
ହେଡନଙ୍କ ଏହି ସର୍ତ୍ତ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅସଲି ମଜା ସେତେବେଳେ ଆସିଲା, ଯେତେବେଳେ ତାଙ୍କ ଝିଅ ଏବଂ ସ୍ପୋର୍ଟସ ପ୍ରେଜେଣ୍ଟର ଗ୍ରେସ ହେଡନ ଶୋର ଇନଷ୍ଟାଗ୍ରାମ ଆକାଉଣ୍ଟରେ ରିଆକ୍ଟ କରିଛନ୍ତି। ସେ ମଜାଳିଆ ଢଙ୍ଗରେ ରୁଟଙ୍କୁ ଅନୁରୋଧ କରିଛନ୍ତି, “ପ୍ଲିଜ୍ ଜୋ ରୁଟ୍ ଗୋଟିଏ ଶତକ ମାରିଦିଅ, ନହେଲେ ବାପାଙ୍କ ଲଙ୍ଗଳା ହୋଇ ବୁଲିବାର କଥାରେ ଆମେ ଲଜ୍ଜିତ ହେବୁ।”