ମୁସଲମାନଙ୍କ ବିରୋଧରେ ଘୃଣା ପ୍ରସାର କରି ଦେଶର ସଂଖ୍ୟାଗରିଷ୍ଠ ସମ୍ପ୍ରଦାୟକୁ ବୋକା ବନାଯାଉଛି: ମୌଲାନା ମଦନି

ନୂଆଦିଲ୍ଲୀ: ଜମିୟତ ଉଲେମା-ଏ-ହିନ୍ଦର ମୌଲାନା ମହମ୍ମଦ ମଦନି ରବିବାର ଦେଶର ମୁସଲମାନଙ୍କ ଅବସ୍ଥାକୁ ନେଇ କହିଛନ୍ତି ଯେ ସମଗ୍ର ବିଶ୍ୱର ମୁସଲମାନମାନେ ଏଥିରେ ଅସନ୍ତୁଷ୍ଟ ଅଛନ୍ତି ଏବଂ ଉପସାଗରୀୟ ଦେଶ ଆମ ଭୂମିକା ଉପରେ ପ୍ରଶ୍ନ ଉଠାଉଛି। ଏହି ଦେଶଗୁଡ଼ିକ ଆମକୁ ପଚାରୁଛନ୍ତି ଯେ ଯେତେବେଳେ ଆମେ କିଛି କରିବାକୁ ସକ୍ଷମ ନୁହଁ, ସେତେବେଳେ ଏତେ ବଡ଼ ସଂଗଠନ ରହିବାର ଲାଭ କ’ଣ? ସେ କହିଛନ୍ତି ଯେ ମୁସଲମାନଙ୍କ ବିରୋଧରେ ଘୃଣା ପ୍ରସାର କରି ଦେଶର ସଂଖ୍ୟାଗରିଷ୍ଠ ସମ୍ପ୍ରଦାୟକୁ ବୋକା ବନାଯାଉଛି। ମୌଲାନା ମହମ୍ମଦ ମଦନୀ ମଧ୍ୟ ମୁମ୍ବାଇରେ ଦେଶର ସାମ୍ପ୍ରତିକ ପରିସ୍ଥିତି, ଆହ୍ୱାନ ଏବଂ ସମାଧାନ ଉପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଦେଶରେ ମୁସଲମାନଙ୍କ ସ୍ଥିତି ସମ୍ପର୍କରେ ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜନୈତିକ ଦଳମାନେ ସେମାନଙ୍କ ଦାୟିତ୍ବ ନିର୍ବାହ କରୁନାହାନ୍ତି, ଏହା କେବଳ ଗୋଟିଏ ସମ୍ପ୍ରଦାୟର ନୁହେଁ ବରଂ ସମଗ୍ର ଦେଶର ପ୍ରସଙ୍ଗ।

ଜାତୀଯ ଗଣମାଧ୍ୟମ ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଦେଶରେ ମୁସଲମାନମାନଙ୍କ ସହ ଯାହା ଘଟୁଛି, ସେ ନେଇ ରାଜନୈତିକ ଦଳଗୁଡ଼ିକ ଯେଉଁ ଭଳି ପ୍ରତିକ୍ରିୟା ରଖିଛନ୍ତି, ସେ ନେଇ ତାଙ୍କର ମତ କ’ଣ ବୋଲି ପଚରାଯାଇଥିଲା। ଏହାର ଜବାବରେ ମଦନୀ କହିଛନ୍ତି ଯେ ସେ ଏଥିରେ ବହୁତ ନିରାଶ ହୋଇଛନ୍ତି। ସେ କହିଛନ୍ତି ଯେ ରାଜନୈତିକ ଦଳମାନେ ନିଜ ଦାୟିତ୍ୱରେ ବିଫଳ ହୋଇଛନ୍ତି। ମଦନୀ କହିଛନ୍ତି ଯେ ଏହା କେବଳ ସଂଖ୍ୟାଲଘୁଙ୍କ ପ୍ରସଙ୍ଗ ନୁହେଁ ବରଂ ସମଗ୍ର ଦେଶର ପ୍ରସଙ୍ଗ। ମୌଲାନା ମଦନୀ ଆହୁରି ମଧ୍ୟ କହିଛନ୍ତି ଯେ ଆଜିକାଲି ଏହା କୁହାଯାଉଛି, ‘ଆମେ ସବୁ ପ୍ରକାର ସ୍ୱାଧୀନତା ଚାହୁଁଛୁ। ଆମେ ରାଜନୈତିକ ସ୍ୱାଧୀନତା, ଧାର୍ମିକ ସ୍ୱାଧୀନତା ଏବଂ ସବୁକିଛି ଚାହୁଁଛୁ, କିନ୍ତୁ ଆମର ମୂର୍ଖ ହେବାର ସ୍ୱାଧୀନତା ମଧ୍ୟ ଅଛି । ଯେଉଁମାନେ ମୁସଲମାନଙ୍କ ବିରୋଧରେ ଘୃଣା ପ୍ରଚାର କରୁଛନ୍ତି ସେମାନେ ସଂଖ୍ୟାଗରିଷ୍ଠ ସମ୍ପ୍ରଦାୟକୁ ବୋକା ବନାଉଛନ୍ତି।