fbpx

Maxima Max Pro Knight ଲଞ୍ଚ କଲା କମ୍ପାନୀ, ଗ୍ରାହକଙ୍କୁ ମିଳିଲା ଆଉ ଏକ ସ୍ମାର୍ଟୱାଚ୍ ଅପ୍ସନ

ଆଜିର ଡିଜିଟାଲ ଯୁଗରେ  ସ୍ମାର୍ଟଫୋନ୍ ପରି ସ୍ମାର୍ଟୱାଚର ଚାହିଦା ମଧ୍ୟ ବଢ଼ିବାରେ ଲାଗିଛି । ସ୍ମାର୍ଟୱାଚରେ ମଧ୍ୟ ଅନେକ କାମ କରିହେଉଛି । ନିଜର ହେଲଥ ଷ୍ଟାଟସ ରେକର୍ଡ କରିବାଠାରୁ ଫୋନ ରିସିଭ୍ କରିବା ପର୍ଯ୍ୟନ୍ତ ସବୁକିଛି ସ୍ମାର୍ଟୱାଚ୍ ସାହାଯ୍ୟରେ ହୋଇପାରୁଛି । ଆଉ ସୁଲଭ ସ୍ମାର୍ଟୱାଚ୍ ସେଗମେଣ୍ଟରେ ପ୍ରତିଦିନ ନୂଆ ନୂଆ ଅପ୍ସନ ମଧ୍ୟ ଦେଖିବାକୁ ମିଳୁଛି । ଅନେକ କମ୍ପାନୀ ନୂଆ ନୂଆ ପ୍ରଡକ୍ଟ ସହ ଏଣ୍ଟ୍ରି କରୁଛନ୍ତି । ଅନେକ ନୂଆ ଭାରତୀୟ କମ୍ପାନୀ ମଧ୍ୟ ନିଜର ପତିଆରା ଜମାଇଛନ୍ତି ।

ଏହାରି ମଧ୍ୟରେ ଲୋକପ୍ରିୟ ବ୍ରାଣ୍ଡ୍ Maxima ମଧ୍ୟ ଏହି ସେଗମେଣ୍ଟରେ ନିଜର ନୂଆ ପ୍ରଡକ୍ଟ ଲଞ୍ଚ କରିଛି । ସୁଲଭ ମୂଲ୍ୟରେ ସ୍ମାର୍ଟୱାଚ୍ ଖୋଜୁଥିବା ୟୁଜର୍ସଙ୍କ ପାଇଁ ‘ମାକ୍ସିମା ମ୍ୟାକ୍ସ ପ୍ରୋ ନାଇଟ୍’ ଭଲ ଅପ୍ସନ ହୋଇପାରେ । ମାକ୍ସିମା ମ୍ୟାକ୍ସ ପ୍ରୋ ନାଇଟ୍ ଯେଉଁ ମୂଲ୍ୟ ରହିଛି, ସେହି ବଜେଟ୍ ରେ ଅନ୍ୟ ଅପ୍ସନ ମଧ୍ୟ ରହିଛି । କିନ୍ତୁ ମାକ୍ସିମାରେ ଆପଣଙ୍କୁ ଷ୍ଟାଇଲିଶ ଡିଜାଇନ ଏବଂ ରେଟ୍ରୋ ଲୁକ୍ ସହ ସ୍ମାର୍ଟୱାଚ୍ ଫିଚର ମଳିଥାଏ । ଆସନ୍ତୁ ଜାଣିବା କ’ଣ ରହିଛି ଏହାର ଫିଚର୍ସ ।

ଏମିତି ରହିଛି ଫିଚର୍ସ: ମ୍ୟାକ୍ସ ପ୍ରୋ ନାଇଟ୍ ରେ ମେଟାଲ ବଡି ରହିଛି, ଯାହା ୪୪.୫ ଏମଏମର ରାଉଣ୍ଡ ଆକ୍ଟିଭ ଡିସପ୍ଲେ ସହ ରହିଛି । ଏହି ଡିସପ୍ଲେ ୫୫୦ ନିଟ୍ସର ବ୍ରାଇଟନେସ୍ ସହ ରହିଛି । ୱାଚରେ ଆପଣଙ୍କୁ ସୋସିଆଲ ମିଡିଆ ନୋଟିଫିକେସନ, ସ୍ଲିପ୍ ମନିଟରିଂ ଏବଂ ମ୍ୟୁଜିକ୍ କଣ୍ଟ୍ରୋଲ ଭଏସ ଆସିଷ୍ଟାଣ୍ଟ ସହ ଆହୁରି ଅନେକ ଫିଚର୍ସ ଯେମିତିକି ବ୍ଲୁଟୁଥ୍ କଲିଂ, ଏସପିଓ୨ ଏବଂ ହାର୍ଟ ରେଟ୍ ସେନ୍ସର, ଇନ-ବିଲ୍ଟ ଗେମ୍ସ, ମଲ୍ଟି ସ୍ପୋର୍ଟ ମୋଡ୍,କାଲକୁଲେଟର, ୱାନ୍ ଟ୍ୟାପ୍ ସାଇଲେନ୍ସ ଭଳି ଅନେକ ଫିଚର୍ସ ଦେଖିବାକୁ ମିଳିବ ।

ତେବେ କମ୍ପାନୀ ଏହି ୱାଚକୁ ପ୍ରାରମ୍ଭିକ ଲଞ୍ଚ ପ୍ରାଇସରେ ଲଞ୍ଚ କରିଛି । ଯାହାର ବର୍ତ୍ତମାନ ମୂଲ୍ୟ ରହିଛି ୨,୯୯୯ ଟଙ୍କା । ଏହାକୁ ଆପଣ ଆମାଜନରୁ ତିନି କଲର, ରୋଜ ଗୋଲ୍ଡ, ସ୍ପେସ ବ୍ଲାକ୍ ଏବଂ ସିଲଭରରେ କିଣିପାରିବେ ।

 

Get real time updates directly on you device, subscribe now.