fbpx

ମ୍ୟାକ୍ସୱେଲଙ୍କ ଅର୍ଦ୍ଧଶତକ: ପଞ୍ଜାବ ସମ୍ମୁଖରେ ୧୬୫ରନର ବିଜୟ ଲକ୍ଷ୍ୟ

ନୂଆଦିଲ୍ଲୀ: ଆଇପିଏଲ ୨୦୨୧ ଏହାର ଅନ୍ତିମ ଚରଣରେ ପହଞ୍ଚିଥିବା ବେଳେ ରବିବାର ପରସ୍ପର ମୁକାବିଲା କରିଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ପଞ୍ଜାବ କିଙ୍ଗସ । ଗ୍ଲେନ ମ୍ୟାକ୍ସୱେଲଙ୍କ ଅର୍ଦ୍ଧଶତକ ସହାୟତାରେ ଆରସିବି ନିର୍ଦ୍ଧାରିତ ଓଭରରେ ୭ ୱିକେଟ ହରାଇ ୧୬୪ ରନ କରିବାରେ ସମର୍ଥ ହୋଇଥିଲା । ଶେଷ ଓଭରରେ ମହମ୍ମଦ ଶାମି ୩ ୱିକେଟ ଅକ୍ତିଆର କରିଥିଲେ । ମୋଜେସ ହେନରିକସ ମାତ୍ର ୧୨ ରନ ବ୍ୟୟରେ ୩ଟି ୱିକେଟ ଅକ୍ତିିଆର କରିଥିଲେ ।
ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ପକ୍ଷରୁ ଦେବଦତ୍ତ ପାଡିକଲ(୪୦) ଏବଂ ବିରାଟ କୋହଲି(୨୫) ପ୍ରଥମ ୱିକେଟରେ ୬୮ ରନର ଭାଗିଦାରୀ ହୋଇଥିଲା । ଡ୍ୟାନ କ୍ରିଷ୍ଟିଆନ ଖାତା ଖୋଲିପାରିନଥିବା ବେଳେ ଗ୍ଲେନ ମ୍ୟାକ୍ସୱେଲ ୫୭ ରନ ସଂଗ୍ରହ କରିଥିଲେ । ୩୩ ବଲର ମ୍ୟାକ୍ସୱେଲଙ୍କ ଇନିଂସରେ ୩ ଚୌକା ଓ ୪ ଛକା ମାରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏବି ଡିଭିଲିୟର୍ସ ୧୮ ବଲରୁ ୨୩ ରନ ସଂଗ୍ରହ କରିଥିଲେ । ହେନରିକସ ଓ ଶାମି ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିବା ବେଳେ ଅନ୍ୟ ସମସ୍ତ ବୋଲର ୱିକେଟ ଶୂନ୍ୟ ରହିଥିଲେ ।

Get real time updates directly on you device, subscribe now.