ମେ’ ୩୧ ସୁଦ୍ଧା ଶେଷ ହେବ ନାମଲେଖା

ଭୁବନେଶ୍ୱର ୨୬ । ୪ (ଓଡ଼ିଶା ଭାସ୍କର) : ମେ’ ୩୧ ସୁଦ୍ଧା ଶେଷ ହେବ ନାମଲେଖା । ସବୁ ଜିଲ୍ଲାର ଶିକ୍ଷାଅଧିକାରୀ ଓ ପ୍ରକଳ୍ପ ସଂଯୋଜକଙ୍କୁ ସରକାରଙ୍କ ତରଫରୁ ଚିଠି ପଠାଯାଇଛି । ମେ’ ୩୧ ତାରିଖ ସୁଦ୍ଧା ପ୍ରଥମରୁ ଦଶମ ଯାଏ ନାମ ଲେଖା ସାରିବା ପାଇଁ ନିର୍ଦ୍ଦେଶ ରହିଛି । ସବୁ କାର୍ଯ୍ୟ ଦିବସରେ ସକାଳ ୭ଟାରୁ ୯ ଟା ୩୦ ଯାଏ ହେବ ନାମଲେଖା । ସମାନ ସ୍କୁଲର ପିଲାଙ୍କ ପାଇଁ ସ୍ୱୟଂକ୍ରିୟ ଭାବେ ନାମଲେଖା ହେବ । ପୂର୍ବ ଶ୍ରେଣୀର ପିଲାଙ୍କୁ ପରବର୍ତ୍ତୀ ଶ୍ରେଣୀରେ ନାମ ଲେଖା ଯିବ । ପ୍ରଥମରୁ ନବମ ଯାଏ ପିଲାମାନଙ୍କୁ ବିନା ପରୀକ୍ଷାରେ ପାସ୍ କରାଯାଇଛି । କୌଣସି ଛାତ୍ରଛାତ୍ରୀ କିମ୍ବା ତାଙ୍କ ଅଭିଭାବକଙ୍କୁ ସ୍କୁଲକୁ ନାମଲେଖା ପାଇଁ ଡକାଯିବ ନାହିଁ । ସ୍କୁଲ ବଦଳିଲେ ଟେଲିଫୋନରେ ଅନୁମତି ନେଇ ନାମ ଲେଖା ହେବ । ଆବଶ୍ୟକ ସ୍ଥଳେ ଟିସି ନେଇ ଅନ୍ୟ ସ୍କୁଲରେ ପାଠ ପଢି ପାରିବେ ଛାତ୍ରଛାତ୍ରୀ । ପ୍ରତ୍ୟେକ ଦିନ ୫ରୁ ଅଧିକ ଅଭିଭାବକଙ୍କୁ ସ୍କୁଲକୁ ଡକାଯିବ ନାହିଁ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର ।