fbpx

ମାୟାବତିଙ୍କ ଜିଦ୍ ଦଳକୁ ବୁଡ଼ାଇଲା, ଲୋକସଭା ନିର୍ବାଚନରେ କ’ଣ ଥିଲା ସବୁଠାରୁ ବଡ଼ ଭୁଲ ?

ଲକ୍ଷ୍ନୌ: ଚଳିତ ଲୋକସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇସାରିଛି । ଏନେଇ ଜନସାଧାରଣ ଏବଂ ବିଭିନ୍ନ ରାଜନୈତିକ ମାହୋଲରେ ଗୋଟିଏ ପଟେ ଉତ୍ସାହ ତ ଅନ୍ୟପଟେ ନିରାଶା ଦେଖିବାକୁ ମିଳିଛି । ଏଥିମଧ୍ୟରେ ବହୁଜନ ସମାଜବାଦୀ ପାର୍ଟି(BSP)ଙ୍କ ସୁପ୍ରିମୋ ମାୟାବତୀଙ୍କ ଚିନ୍ତା ବଢ଼ିଯାଇଛି । ଚଳିତ ଥର ଦଳ ଗୋଟିଏ ବି ଲୋକସଭା ଆସନରେ ଖାତା ଖୋଲି ପାରି ନାହିଁ । ରାଜନୈତିକ ବିଶେଷଜ୍ଞଙ୍କ କହିବାନୁଯାୟୀ BSP ଠାରୁ ସମାନ ଫଳାଫଳ ଆଶା କରାଯାଉଥିଲା କାରଣ ଦଳ ପାଖରେ ପୂର୍ବ ଭଳି ସଂଗଠନ ରହି ନାହିଁ । ଏହା ବ୍ୟତୀତ ଦଳ କ୍ରମାଗତ ଭାବେ ନିର୍ବାଚନରେ ପରାଜୟର ସାମ୍ନା କରିଆସୁଛି ।

ଲୋକସଭା ନିର୍ବାଚନରେ BSPର ଏକୁଟିଆ ଲଢ଼ିବାର ରଣନୀତି ଦଳ ଉପରେ ବିପରିତ ପ୍ରଭାବ ପକାଇଲା । BSP ସୁପ୍ରିମୋଙ୍କ ନିଷ୍ପତ୍ତି ପାଇଁ ଦଳକୁ ନିରାଶାଜନକ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଲା । ୨୦୧୯ ଲୋକସଭା ନିର୍ବାଚନରେ BSP ସମାଜବାଦୀ ପାର୍ଟି ସହ ମିଳିତ ଭାବେ ୧୦ଟି ଆସନରେ ବିଜୟ ଲାଭ କରିଥିଲା । କିନ୍ତୁ ୨୦୨୪ରେ ଏହାର ବିପରିତ ଦେଖିବାକୁ ମିଳିଛି । ବିଏସପିର ପାରମ୍ପରିକ ଭୋଟର ଭାବେ ପରିଚିତ ଜାଟଭ୍ ସମାଜ ମଧ୍ୟ ଏହି ନିର୍ବାଚନରୁ ଦୂରେଇ ରହିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରାଥୀ ୭୯ଟି ଆସନରେ ତୃତୀୟ ସ୍ଥାନରେ ରହିଛନ୍ତି । ମାୟାବତୀଙ୍କ ଉଦାସୀନତା ହେତୁ ସମାଜର ଶିକ୍ଷିତ ଏବଂ ଯୁବ ସଦସ୍ୟ ତାଙ୍କ ଠାରୁ ରୁଷ୍ଠ ଅଛନ୍ତି ଏବଂ ବିକଳ୍ପ ଖୋଜୁଛନ୍ତି ।

BSPର ଭୁଲ କେଉଁଠି ରହିଲା ?

୧. ଏଥର ମେଣ୍ଟ ଠାରୁ ଦୂରେଇ ରହିଲେ ।
୨. ଆକାଶ ଆନନ୍ଦଙ୍କୁ ପଦ ଏବଂ ପ୍ରଚାରରୁ ହଟାଇଥିଲେ ।

ଏଥିରୁ ଏହା ବାର୍ତ୍ତା ମିଳିଲା ଯେ ଚଳିତ ଥର ବିଏସପି ବିଜେପି ସହ ମିଶି କାର୍ଯ୍ୟ କରୁଛି କିନ୍ତୁ ଏପରି ନଥିଲା । ବିଜେପି ବିରୋଧରେ ସତ୍ତା ବିରୋଧି ଲହର ଏବଂ ସମ୍ବିଧାନକୁ ପରିବର୍ତ୍ତନ କରିବାର ପ୍ରଚାର ଦୃତ ଗତିରେ କାର୍ଯ୍ୟ କରୁଥିଲା । ପରିଣାମ ସ୍ୱରୂପ BSPର ଦଳିତ ଭୋଟ୍ ବିଭାଜିତ ହୋଇଯାଇଥିଲା ଯାହାର ଫାଇଦା ବିରୋଧି ଦଳକୁ ମିଳିଥିଲା । ଅପରପକ୍ଷରେ ମାୟାବତୀଙ୍କ ଜିଦ୍ ପାଇଁ ଦଳର ଆଜି ଏଭଳି ସ୍ଥିତିରେ ପହଂଚିଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି ।

 

Get real time updates directly on you device, subscribe now.