fbpx

ଓଡ଼ିଶା ପାଇଁ ଗର୍ବର ମୁହୂର୍ତ୍ତ: ବିଶ୍ୱର ୫୦ଟି ଶ୍ରେଷ୍ଠ ପ୍ରାକୃତିକ ପରିବେଶ ତାଲିକାରେ ସ୍ଥାନ ପାଇଲା ମୟୂରଭଞ୍ଜ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପାଇଁ ଗର୍ବ ଆଣି ଦେଇଛି ମୟୂରଭଞ୍ଜ ଜିଲ୍ଲା । ଅନ୍ତର୍ଜାତୀୟ ଟାଇମ୍ ମାଗାଜିନରେ ଶ୍ରେଷ୍ଠ ସ୍ଥାନ- ୨୦୨୩ ତାଲିକାରେ ମୟୂରଭଞ୍ଜକୁ ସ୍ଥାନ ମିଳିଛି । ବିଶ୍ୱର ୫୦ଟି ପ୍ରାକୃତିକ ପରିବେଶ ତାଲିକାରେ ମୟୂରଭଞ୍ଜ ସ୍ଥାନ ପାଇଛି । ମୟୂରଭଞ୍ଜ ବିଶ୍ୱର ଏକମାତ୍ର ସ୍ଥାନ ଯେଉଁଠି କଳା ବାଘ ଦେଖା ଦେଇଥାନ୍ତି । ଏଥିସହିତ ସେଠାରେ ପ୍ରାକୃତିକ ଶୋଭାରାଜିକୁ ଉପଭୋଗ କରିବା ଓ ଭ୍ରମଣ ସୁବିଧା ରହିଥିବା ଟାଇମ୍୍ ମାଗାଜିନ୍ ପକ୍ଷରୁ କୁହାଯାଇଛି ।

ତେବେ ମୟୂରଭଞ୍ଜ ବ୍ୟତୀତ ଓଡ଼ିଶାର ଭୁବନେଶ୍ୱରର ଐତିହ୍ୟ କୀର୍ତ୍ତିରାଜି ଓ ଜୟପୁରର ଡାକଟି ଡଙ୍ଗର ପାହାଡ଼ ସମ୍ବନ୍ଧରେ ମଧ୍ୟ ମାଗାଜିନରେ ଉଲ୍ଲେଖ କରାଯାଇଛି । ଏହି ମାଗାଜିନରେ ଭାରତର ଆଉ ଏକ ସ୍ଥାନ ଲଦାଖ ମଧ୍ୟ ସ୍ଥାନ ପାଇଥିବା ଜଣାପଡ଼ିଛି । ମୟୂରଭଞ୍ଜର କଳା, ସଂସ୍କୃତି, ଐତିହ୍ୟ ଓ ବନ୍ୟପ୍ରାଣୀଙ୍କ ବିଷୟରେ ମାଗାଜିନରେ ଉଲ୍ଲେଖ କରାଯାଇଛି । ଆଗାମୀ ଦିନରେ ପର୍ଯ୍ୟଟନ କ୍ଷେତ୍ରରେ ମୟୂରଭଞ୍ଜ ବହୁ ଆଗକୁ ଯିବ ବୋଲି ଜିଲ୍ଲାବାସୀ ଆଶା ରଖିଛନ୍ତି ।

ଦୀର୍ଘ ତିନି ବର୍ଷ ଧରି ସାରା ବିଶ୍ୱବାସୀଙ୍କୁ ଯନ୍ତ୍ରଣାରେ ଛଟପଟ କରିବା ପରେ ସାରା ବିଶ୍ୱର ପର୍ଯ୍ୟଟନ କ୍ଷେତ୍ର ସମ୍ପୂର୍ଣ୍ଣ ଭାବେ ଉଜୁଡ଼ି ଯାଇଥିଲା । ମାତ୍ର କରୋନା ସଂକ୍ରମଣରେ ନିମ୍ନଗାମୀ ହେବା ପରେ ଚଳିତ ବର୍ଷ ପର୍ଯ୍ୟଟନ କ୍ଷେତ୍ର ପୁଣି ନୂଆ ଜୀବନ ପାଇଛି । କୌଣସି ସ୍ଥାନକୁ ଭ୍ରମଣରେ ଯିବା ପୂର୍ବରୁ ଯାତ୍ରୀମାନେ ଭଲଭାବେ ଉକ୍ତ ସ୍ଥାନ ବିଷୟରେ ତଥ୍ୟ ଖୋଜୁଛନ୍ତି । ଏପରି ସ୍ଥିତିରେ ୨୦୨୩ ବର୍ଷ ପାଇଁ ବିଶ୍ୱର ସର୍ବଶ୍ରେଷ୍ଠ ସ୍ଥାନର ଲିଷ୍ଟ ପ୍ରସ୍ତୁତ କରାଯାଇଛି । ବିଶ୍ୱର ଏହି ୫୦ଟି ଅସାଧାରଣ ସ୍ଥାନ ବିଷୟରେ ଆଗାମୀ ଦିନରେ ବିଶ୍ୱବାସୀ ଅଧିକ ଜାଣିବାକୁ ପ୍ରୟାସ କରିବେ ।

Get real time updates directly on you device, subscribe now.