ମଣିଷ ଦେହରେ ଧକ ଧକ ହେଲା ମେସିନ ହାର୍ଟ, ଦେଶରେ ପ୍ରଥମଥର ଘଟିଲା ଏଭଳି ଚମତ୍କାର
ଭାରତରେ ପ୍ରଥମଥର ଏକ ମଣିଷ ଦେହରେ ମେସିନ ହୃଦୟ ସ୍ପନ୍ଦିତ ହୋଇଛି। ଏହି ଟ୍ରାନ୍ସପ୍ଲାଣ୍ଡ ମେଡିକାଲ ସେକ୍ଟର ପାଇଁ ବଡ଼ ସଫଳତା।
ନୂଆଦିଲ୍ଲୀ: ଦେଶରେ ପ୍ରଥମଥର ଏକ ମଣିଷ ଦେହରେ ମେସିନ ହୃଦୟ ସ୍ପନ୍ଦିତ ହୋଇଛି। ମେକାନିକାଲ ହାର୍ଟ ଇମପ୍ଲାଣ୍ଟ କରି ଜଣେ ମହିଳା ରୋଗୀଙ୍କୁ ନୂଆ ଜୀବନ ପ୍ରଦାନ କରାଯାଇଛି।
ଦିଲ୍ଲୀ କ୍ୟାଟ ଆର୍ମି ହସ୍ପିଟାଲ ପ୍ରଥମ ଥର Left Ventricular Assist Device (LVAD) ଇମପ୍ଲାଣ୍ଟ କରି ଇତିହାସ ରଚିଛି।
ଏହି ପ୍ରୋସେସ HeartMate 3 ଡିଭାଇସର ବ୍ୟବହାରରେ କରାଯାଇଛି। ରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଏହି ଡିଭାଇସ ହାର୍ଟ ଫେଲିୟର ଲାଷ୍ଟ ଫେଜର ରୋଗୀଙ୍କ ପାଇଁ ବରଦାନ ସାଜିବ।
ମହିଳା ରୋଗୀଙ୍କ ଦେହରେ ଲାଗିଲା ମେସିନ ହାର୍ଟ: ମେକାନିକାଲ ହାର୍ଟ ଏକ ୪୯ ବର୍ଷୀୟ ମହିଳା ରୋଗୀଙ୍କ ଦେହରେ ଇମପ୍ଲାଣ୍ଟ କରାଯାଇଛି। ଏହି ରୋଗୀ ଜଣକ ହେଉଛନ୍ତି, ଅବସର ଗ୍ରହଣ କରିଥିବା ସୈନିକଙ୍କ ସ୍ତ୍ରୀ।
ଦୁଇ ବର୍ଷରୁ ସେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ପାଇଁ ଅପେକ୍ଷା କରିଥିଲେ। ଏହି ସମୟରେ ତାଙ୍କ ସ୍ୱାସ୍ଥ୍ୟ ଧିରେ ଧିରେ ବିଗିଡିବାରେ ଲାଗିଥିଲା। ଯାହା ପରେ LVAD ଅର୍ଥାତ ମେକାନିକାଲ ହାର୍ଟକୁ ଇମପ୍ଲାଣ୍ଟ କରିବାର ନିଷ୍ପତ୍ତି ନିଆଯାଇଥିଲା।
ମଣିଷ ଦେହରେ କିପରି କାମ କରିବ ମେସିନ ହୃତପିଣ୍ଡ: ଏକ୍ସପର୍ଟଙ୍କ କହିବାନୁଯାୟୀ, ମହିଳା ରୋଗୀଙ୍କ ଲେଫ୍ଟ ଭେଣ୍ଟ୍ରିକୁଲାରରୁ ରକ୍ତର ପମ୍ପିଙ୍ଗ ବନ୍ଦ ହୋଇସାରିଥିଲା। ଏହାପରେ ତାଙ୍କ ଜୀବନ ବଞ୍ଚାଇବା ଲାଗି ହାର୍ଟ ଟ୍ରାନ୍ସପ୍ଲାଣ୍ଟ ଗୋଟିଏ ମାତ୍ର ଉପାୟ ଥିଲା।
ଏହି ରୋଗୀଙ୍କୁ ବଞ୍ଚାଇବା ଲାଗି ହସ୍ପିଟାଲ ମେସିନ ହାର୍ଟ ଲଗାଇବାର ନିଷ୍ପତ୍ତି ନେଇଥିଲା। ଏହାକୁ ଲଗାଇବା ପରେ ମହିଳାଙ୍କୁ ହାର୍ଟ ଟ୍ରାନ୍ସପ୍ଲାଣ୍ଟ କରିବାର ଆବଶ୍ୟକତା ପଡିବ ନାହିଁ। କାରଣ ଏହା ଲମ୍ବା ସମୟ ପର୍ଯ୍ୟନ୍ତ କାର୍ଯ୍ୟ କରିବ ଏବଂ ସୁସ୍ଥ ରଖିବ।
କିପରି ଅଛି ରୋଗୀଙ୍କ ଅବସ୍ଥା: ମେକାନିକାଲ ହାର୍ଟ ଲଗାଇବା ପରେ ବର୍ତ୍ତମାନ ମହିଳା ରୋଗୀ ଜଣକଙ୍କ ଅବସ୍ଥା ସ୍ଥିର ଅଛି। ବର୍ତ୍ତମାନ ଡାକ୍ତରମାନେ ଏହି ରୋଗୀଙ୍କର ଯତ୍ନ ନେଉଛନ୍ତି। ଏଥିସହ ସହ ସେ ଧିରେ ଧିରେ ସୁସ୍ଥ ହେଉଛନ୍ତି। ଏହା ଆର୍ମି ହସ୍ପିଟାଲର ହାର୍ଟ କ୍ୱାଲିଟି ମେଡିକାଲ ଟିମ ପାଇଁ ଏକ ବଡ଼ ସଫଳତା। ଏହା ଭବିଷ୍ୟତରେ ହୃଦୟ ଚିକିତ୍ସା ପାଇଁ ଏକ ବିକଳ୍ପ।