ଏହି ଜିଲ୍ଲାରେ ହେବ ପ୍ରତିଷ୍ଠା ହେବ ମେଡିକାଲ୍ କଲେଜ, ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ସୋମବାର ମୁଖ୍ୟମନ୍ତ୍ରୀ ରାୟଗଡା ଜିଲା ଗସ୍ତ ସମୟରେ ଏଠାରେ ଏକ ମେଡିକାଲ୍ କଲେଜ କରାଯିବା ନେଇ ଘୋଷଣା କରିଛନ୍ତି।

ଭୁବନେଶ୍ୱର: ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ନୂତନ ମେଡିକାଲ୍ କଲେଜ ଖୋଲିଛି। ଏବେ ଏହି ତାଲିକାରେ ଯୋଡି ହେବାକୁ ଯାଉଛି ରାଜ୍ୟର ଆଉ ଏକ ଜିଲ୍ଲା। ସୋମବାର ମୁଖ୍ୟମନ୍ତ୍ରୀ ରାୟଗଡା ଜିଲା ଗସ୍ତ ସମୟରେ ଏଠାରେ ଏକ ମେଡିକାଲ୍ କଲେଜ କରାଯିବା ନେଇ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ”ରାଜ୍ୟର ସମସ୍ତ ଜିଲ୍ଲାରେ ମେଡିକାଲ୍ କଲେଜ ପ୍ରତିଷ୍ଠା ହେବ। ଏହି ଜିଲ୍ଲାରେ ମେଡିକାଲ୍ କଲେଜ ସ୍ଥାପନ ପାଇଁ ପୂର୍ବରୁ ଦାବି ହୋଇଆସୁଛି। ଏହା ସରକାର ବିଚାର କରୁଛନ୍ତି। ଖୁବ୍‌ଶୀଘ୍ର ଜିଲ୍ଲାବାସୀଙ୍କୁ ଖୁସି ଖବର ମିଳିବ।”

ରାୟଗଡ଼ା ରେଳ ଡିଭିଜନ୍ ଭିଭିପ୍ରସ୍ତର ସ୍ଥାପନା କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମାଝୀ। ମଞ୍ଚରେ ଅଭିଭାଷଣ ରଖି କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲ୍କାକା ଓ ବିଧାୟକ ଆପଲାସ୍ବାମୀ କାଡ୍ରାକା ମେଡିକାଲ କଲେଜ ସ୍ଥାପନା ପାଇଁ ଦାବି କରିଥିଲେ। ଆଦିବାସୀ ବହୁଳ ଏହି ଜିଲ୍ଲାରେ ସ୍ବାସ୍ଥ୍ୟସେବାର ଆବଶ୍ୟକତା ପୂରଣ ପାଇଁ ମେଡି କାଲ କଲେଜର ଆବଶ୍ୟକତା ରହିଥିବା ସମ୍ପର୍କରେ କହିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ଉକ୍ତ ଘୋଷଣା କରିଥିଲେ।