fbpx

ଭାରତରେ ଚିକିତ୍ସା ପାଇଁ ବାଂଲାଦେଶରୁ ଆସୁଛନ୍ତି ଅଧିକ ରୋଗୀ : ରିପୋର୍ଟ

Advertisement

ନୂଆଦିଲ୍ଲୀ: ଅଧିକାଂଶ ଲୋକ ବାଂଲାଦେଶରୁ ଡାକ୍ତରୀ ପର୍ଯ୍ୟଟନ ପାଇଁ ଭାରତକୁ ଆସନ୍ତି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୨୦୨୩ ମସିହାରେ ବାଂଲାଦେଶରୁ ଡାକ୍ତରୀ ପର୍ଯ୍ୟଟନ ପାଇଁ ଭାରତକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି ।

ଗତ ବର୍ଷ ଡାକ୍ତରୀ ପର୍ଯ୍ୟଟନ ପାଇଁ ବାଂଲାଦେଶରୁ ଭାରତକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ୪୮ ପ୍ରତିଶତ ବୃଦ୍ଧି ପାଇଛି । ଶସ୍ତା ଚିକିତ୍ସା ତଥା ଭାଷାଗତ ସମାନତା ଏବଂ ଉନ୍ନତ ସଂଯୋଗ ହେତୁ ବାଂଲାଦେଶରୁ ଡାକ୍ତରୀ ପର୍ଯ୍ୟଟନ ପାଇଁ ଭାରତକୁ ଆସୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଚିକିତ୍ସା ପାଇଁ ବାଂଲାଦେଶରୁ ଭାରତକୁ ଆସୁଥିବା ଲୋକଙ୍କ ସଂଖ୍ୟା ୪୪୯୫୭୦ କୁ ବୃଦ୍ଧି ପାଇଛି ।

ଗୋଟିଏ ପଟେ ବାଂଲାଦେଶରୁ ଡାକ୍ତରୀ ପର୍ଯ୍ୟଟନ ପାଇଁ ଭାରତକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମାଲଦ୍ୱୀପ, ଶ୍ରୀଲଙ୍କା, ପାକିସ୍ତାନ ଏବଂ ମିଆଁମାର ପରି ପଡୋଶୀ ଦେଶରୁ ଚିକିତ୍ସା ପାଇଁ ଭାରତକୁ ଆସୁଥିବା ଲୋକଙ୍କ ସଂଖ୍ୟା ହ୍ରାସ ପାଇଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୨୦୨୩-୨୪ ଆର୍ôଥକ ବର୍ଷରେ ଭାରତ ଶ୍ରୀଲଙ୍କାକୁ କେବଳ ୧୪୩୨ ଟି ମେଡିକାଲ ଭିସା ଜାରି କରିଛି, ଯାହା ଏକ ବର୍ଷ ତୁଳନାରେ ୧୧.୭ ପ୍ରତିଶତ କମ୍ । ଏଥି ସହିତ ମିଆଁମାରରୁ ଆସୁଥିବା ଲୋକଙ୍କୁ ୩୦୧୯ ମେଡିକାଲ ଭିସା ମିଳିଥିଲା, ଯାହା ୨୦୨୨ ତୁଳନାରେ ୪ ପ୍ରତିଶତ ଅଧିକ । ମେଡିକାଲ ଭିସା ନେଇ ପାକିସ୍ତାନରୁ ଭାରତକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟାରେ ହ୍ରାସ ଘଟିଛି ।

୨୦୨୩-୨୪ ଆର୍ôଥକ ବର୍ଷରେ କେବଳ ୭୬ ପାକିସ୍ତାନୀଙ୍କୁ ମେଡିକାଲ ଭିସା ଦିଆଯାଇଥିଲା । ଯେତେବେଳେ କି ଏକ ବର୍ଷ ପୂର୍ବେ ଏହି ସଂଖ୍ୟା ୧୦୬ ଥିଲା । ବିଶେଷଜ୍ଞମାନେ କହିଛନ୍ତି ଯେ ବାଂଲାଦେଶର ଭାରତୀୟ ଡାକ୍ତରଖାନାଗୁଡ଼ିକର ସୁନାମ ସର୍ବଦା ଭଲ ରହିଆସିଛି । ସେଠାରୁ ରୋଗୀମାନେ ହୃଦୟ, ନ୍ୟୁରୋ, ଅର୍ଥୋ ଏବଂ କର୍କଟ ଭଳି ରୋଗର ଚିକିତ୍ସା ପାଇଁ ମେଡିକାଲ ଭିସାରେ ଆସନ୍ତି । ତେବେ ଚଳିତ ବର୍ଷର ଲୋକସଭା ନିର୍ବାଚନ ସମୟରେ ବାଂଲାଦେଶରୁ ଆସୁଥିବା ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି ଏବଂ ସରକାର ମଧ୍ୟ କମ୍ ଭିସା ଜାରି କରିଛନ୍ତି ।

Get real time updates directly on you device, subscribe now.