fbpx

କିଛି ସେକେଣ୍ଡ ଦୂରରେ ଥିଲା ମୃତ୍ୟୁ; ଦେବଦୂତ ସାଜି ପହଞ୍ଚିଲେ ପୋଲିସ, ଝୁଲନ୍ତା ଅବସ୍ଥାରେ ଯୁବକଙ୍କୁ କରିଲେ ଉଦ୍ଧାର

ମିରଟ: ପୁଲିସର ଦ୍ରୁତ ଗତି ଓ ତତ୍ପରତା ଯୋଗୁଁ ପୁଲିସ ଜଣେ ଯୁବକଙ୍କୁ ଆତ୍ମହତ୍ୟାରୁ ବଞ୍ଚାଇ ପାରିଛି। ଜୀବନ ହାରିବା ପାଇଁ ସେ ପୂରା ପ୍ରସ୍ତୁତି କରିଥିଲେ, ବେକରେ ଫାଶୀ ବାନ୍ଧି ଛାତ ଉପରେ ହୁକ୍ ଟାଙ୍ଗି ଦେଇଥିଲା। ମୃତ୍ୟୁ କିଛି ସେକେଣ୍ଡ ଦୂରରେ ଥିଲା ଯେତେବେଳେ ପୋଲିସ ଦେବଦୂତ ଭାବରେ ସେଠାକୁ ଆସି ଯୁବକଙ୍କୁ ଝୁଲନ୍ତା ଅବସ୍ଥାରୁ ବଞ୍ଚାଇଥିଲା ।

ଯଦି ପୋଲିସ କିଛି ସମୟ ବିଳମ୍ବ କରିଥାନ୍ତା, ତା’ହେଲେ ତାଙ୍କର ମୃତ୍ୟୁ ହୋଇଥାନ୍ତା। ଏହି ଘଟଣା ଟି ମିରଟର ପରତାପୁର ଥାନା ଅନ୍ତର୍ଗତ ଉପଲେହଡ଼ା ଗାଁର। ଏଠାରେ ରହୁଥିବା ଆଦିତ୍ୟ ନାମକ ଜଣେ ବିବାହିତ ଯୁବକ। କୌଣସି ପାରିବାରିକ କଥାକୁ ନେଇ ବାପା ମା’ଙ୍କ ସହ ଝଗଡ଼ା ହୋଇଥିଲା, ଯାହା ପରେ ସେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ।

ଏହାପରେ ପରିବାର ଲୋକେ ତୁରନ୍ତ ୧୧୨କୁ ଫୋନ୍ କରି ପୁଲିସକୁ ଖବର ଦେବା ସହ ତାଙ୍କୁ ବଞ୍ଚାଇବାକୁ ଅନୁରୋଧ କରିଥିଲେ। ଫୋନରେ ଖବର ମିଳିବା ମାତ୍ରେ ପୁଲିସ କର୍ମଚାରୀମାନେ ବିଳମ୍ବ ନକରି ସେହି ଘରେ ଆସି ପହଞ୍ଚିଥିଲେ। ସେପଟେ ଆତ୍ମହତ୍ୟା କରିବାକୁ ଆଦିତ୍ୟ ସବୁ ପ୍ରସ୍ତୁତି କରି ସାରିଥିଲେ। ସେ ଫ୍ୟାନ୍ ପୁଲ୍ ରେ ରଶି ବାନ୍ଧି ଦେଇଥିଲେ ଏବଂ କେହି କିଛି କରିବା

ଉପରେ ଚଢ଼ି ରଶିରେ ଝୁଲି ପଡ଼ିଥିଲେ। କିନ୍ତୁ ସଙ୍ଗେସଙ୍ଗେ ମିରଟ ପୁଲିସ ଭିତରକୁ ପଶିଥିଲା। ପୁଲିସ କୋଠରୀରେ ପହଞ୍ଚିବା ମାତ୍ରେ ଆଦିତ୍ୟ ରଶିରେ ଝୁଲୁଥିବା ବେଳେ ପୁଲିସ ତାଙ୍କ ଗୋଡ଼ ଧରି କାନ୍ଧରେ ଉଠାଇ ନେଇଥିଲେ। ଏହାପରେ ପରିବାର ଲୋକେ ମଧ୍ୟ ତାଙ୍କୁ ବଞ୍ଚାଇବାକୁ ଦୌଡ଼ି ଆସିଥିଲେ ଏବଂ ସମସ୍ତେ ତାଙ୍କୁ ଟେକି ଧରିଥିଲେ। ଏହାପରେ ଅନ୍ୟ ଜଣେ ପୁଲିସ କର୍ମଚାରୀ ତାଙ୍କ ବେକରେ ବାନ୍ଧି ଥିବା ରଶି କାଟିଦେଇଥିଲେ।

Get real time updates directly on you device, subscribe now.