fbpx

ଏହି କମ୍ପାନୀର କର୍ମଚାରୀଙ୍କୁ ମିଳିବ ଏକ ବର୍ଷର ଛୁଟି, ଦରମା ବି ମିଳିବ ପୂରା

ନୂଆଦିଲ୍ଲୀ: ଅନେକ ସମୟରେ ଅଫିସରୁ ଛୁଟି ମିଳିବା କଷ୍ଟକର ହୋଇପଡ଼ିଥାଏ । କେବଳ କିଛି ପରିସ୍ଥିତିକୁ ଛାଡ଼ିଦେଲେ ହୁଏତ ଛୁଟି କଥା ଭାବିବା ବି ମୁସ୍କିଲ ହୋଇପଡ଼ିଥାଏ କର୍ମଚାରୀଙ୍କ ପାଇଁ । କାରଣ ଛୁଟି ନେଲେ ଏଥିପାଇଁ ଦରମା ବି ହରାଇବାକୁ ପଡ଼ିଥାଏ । କିନ୍ତୁ ଥରେ ଭାବନ୍ତୁ ତ’ ଯଦି ଜଣେ କର୍ମଚାରୀ ଛୁଟିରେ ରହିବେ କିନ୍ତୁ ଏହି ଛୁଟି ସମୟରେ ମଧ୍ୟ ଦରମା ମିଳିବ ତେବେ କେତେ ଭଲ ହେବ, ତାହା ବି ପୁଣି ପୂରା ଏକ ବର୍ଷ ପାଇଁ ।

ଆଜ୍ଞା ହଁ, ଇ-କମର୍ସ କମ୍ପାନୀ ମୀଶୋ ନିଜ କର୍ମଚାରୀଙ୍କ ପାଇଁ ଏଭଳି ଜବରଦସ୍ତ ଲିଭ୍ ପଲିସିର ଘୋଷଣା କରିଛି । ଷ୍ଟାର୍ଟଅପ୍ କମ୍ପାନୀ କର୍ମଚାରୀଙ୍କୁ ଆବଶ୍ୟକ ପଡ଼ିଲେ ୩୬୫ ଦିନ ପର୍ଯ୍ୟନ୍ତ ପେଡ୍ ଲିଭ୍(ସବୈତନିକ ଛୁଟି) ଦେବାକୁ ପ୍ରସ୍ତୁତ । ଖାଲି ସେତିକି ନୁହେଁ ଛୁଟି ସମୟରେ କର୍ମଚାରୀଙ୍କୁ ପିଏଫ୍, ଇନୁସ୍ୟୁରାନ୍ସ ଭଳି ଫାଇଦା ମଧ୍ୟ ମିଳିବା ଜାରି ରହିବ । କମ୍ପାନୀ ଏହି ନୂଆ ଲିଭ୍ ପଲିସିକୁ ‘ଳନନଜମଦନ’ ପ୍ରୋଗାମର ଅଂଶ ବୋଲି କହିଛି ।

ମୀଶୋର ନୂଆ ପଲିସି ଅନୂଯାୟୀ ଗମ୍ଭୀର ରୋଗ ଭଳି ସ୍ଥିତିରେ ୩୬୫ ଦିନ ପର୍ଯ୍ୟନ୍ତ ଛୁଟିର ଲାଭ ମିଳିବ । ଯଦି କେହି କର୍ମଚାରୀ କିମ୍ବା ତାଙ୍କ କେହି ସଂପର୍କୀୟ ଗମ୍ଭୀର ଭାବରେ ରୋଗାଗ୍ରସ୍ତ ହୁଅନ୍ତି ତେବ ସେ ମୀଶୋର ଏହି ସ୍କିମର ଫାଇଦା ଉଠାଇପାରିବେ । ଏହା ବ୍ୟତୀତ ଯଦି କେହି କର୍ମଚାରୀ ପଢ଼ିବା ପାଇଁ କିମ୍ବା କୌଣସି ଅନ୍ୟ ବ୍ୟକ୍ତିଗତ କାମ ପୂରା କରିବାକୁ ଚାହୁଛନ୍ତି ତେବେ ଏଭଳି ସ୍ଥିତିରେ ଏକ ବର୍ଷ ଛୁଟିର ଲାଭ ନେଇପାରିବେ ।

କମ୍ପାନୀ କହିଛି ଯେ ଯଦି କର୍ମଚାରୀ ନିଜେ ରୋଗରେ ପୀଡ଼ିତ ହେଉଛନ୍ତି ତେବେ ତାଙ୍କୁ ପୂରା ଛୁଟି ସମୟରେ ସଂପୂର୍ଣ୍ଣ ଦରମା ମିଳିବ । ଯଦି ପରିବାରର କେହି ସଦସ୍ୟ ରୋଗାଗ୍ରସ୍ତ ହେଲେ ତେବେ ତାଙ୍କୁ ତିନି ମାସ ପାଇଁ ୨୫ ପ୍ରତିଶତ ପର୍ଯ୍ୟନ୍ତ ଦରମା ମିଳିବ । ଏହା ବ୍ୟତୀତ କର୍ମଚାରୀଙ୍କ ପିଏଫ୍, ଇନସ୍ୟୁରାନ୍ସ ଏବଂ ଅନ୍ୟ ମେଡିକାଲ ଫାଇଦା ମିଳିବ । ସେହିଭଳି ଚିକିତ୍ସାକୁ ଛାଡ଼ି ଅନ୍ୟ ଛୁଟି ପାଇଁ ଛୁଟି ତ’ ମିଳିବ କିନ୍ତୁ ଏଥିପାଇଁ ଦରମା ମିଳିବ ନାହିଁ ।

କମ୍ପାନୀର ଚିଫ୍ ଏଚଆର ଅଫିସର ଆଶିଷ କୁମାର ସିଂହ କହିଛନ୍ତି ଯେ କର୍ମଚାରୀଙ୍କ ଆବଶ୍ୟକତାକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଛି । ଛୁଟି ପରେ ଯେତେବେଳେ କର୍ମଚାରୀ ଫେରିବେ ତେବେ ତାଙ୍କୁ ତାଙ୍କର ପୁରୁଣା ପୋଷ୍ଟ ଦିଆଯିବ । ଏବେ କମ୍ପାନୀରେ ୨୦୦୦ କର୍ମଚାରୀ କାମ କରୁଛନ୍ତି ।

Get real time updates directly on you device, subscribe now.