fbpx

ମହାନ ଡାକ୍ତର ,କନ୍ୟା ସନ୍ତାନ ଜନ୍ମ ହେଲେ ଫିସ ଛାଡ଼;ଲେବର ରୁମ୍‌ରୁ ଆରମ୍ଭ କରି ପ୍ରସୂତୀଙ୍କ ଖାଦ୍ୟପେୟ ସବୁ ଫ୍ରି

ପୁଣେ : ବର୍ତ୍ତମାନ ସମୟରେ ମଧ୍ୟ ସମାଜରେ ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ପୁତ୍ର ସନ୍ତାନ ଲାଭ କଲେ ଯେଉଁ ମାତ୍ରାରେ ଖୁସି ହେଉଛନ୍ତି କନ୍ୟା ସନ୍ତାନ ହେବା ଦ୍ୱାରା ବହୁତ ମନ ନିରାଶ ହେଉଛନ୍ତି । ଏହା ସହିତ କନ୍ୟା ଭ୍ରୃଣ ହତ୍ୟା ଘଟଣା ମଧ୍ୟ ଆପଣ ଅନେକ ଶୁଣିଥିବେ । କିନ୍ତୁ ବର୍ତ୍ତମାନ ସମୟରେ ମଧ୍ୟ ଏହି ଭଳି ଅନେକ ମହାନ ପୁରୁଷ ଅଛନ୍ତି ଯେଉଁମାନେ କନ୍ୟା ଜନ୍ମକୁ ବିଶେଷ ଭାବରେ ପାଳନ କରିଥାଆନ୍ତି । ସେହିଭଳି ଜଣେ ଡାକ୍ତର ଅଛନ୍ତି ଯିଏ ବର୍ତ୍ତମାନ ତାଙ୍କ କାର୍ଯ୍ୟ କଳାପ ପାଇଁ ବେଶ ଭଲପାଇବା ସାଉଁଟୁଛନ୍ତି ।

ଦେଶରେ କନ୍ୟାଭୃଣ ହତ୍ୟା ରୋକିବାକୁ ମହାରାଷ୍ଟ୍ରର ପୁଣେ ସହରରେ ଜଣେ ଡାକ୍ତର ଅଭିନବ ଯୋଜନା ହାତକୁ ନେଇଛନ୍ତି। ଯଦି ତାଙ୍କ ନସିଂହୋମକୁ ଡେଲିଭେରୀ ଉଦ୍ଦେଶ୍ୟରେ ଆସୁଥିବା ପ୍ରସୂତୀ କନ୍ୟା ସନ୍ତାନଙ୍କୁ ଜନ୍ମ ଦିଅନ୍ତି, ତାହାହେଲେ ସଂପୃକ୍ତ ଡାକ୍ତର ଉକ୍ତ ମହିଳାଙ୍କ ପରିବାରବର୍ଗଙ୍କ ନିକଟରୁ କୌଣସି ଫିସ୍ ଦାବି କରୁନଥିବା ଜଣାପଡିଛି । ଡଃ ଗଣେଶ ରାଖ୍ ନାମକ ଏହି ଡାକ୍ତର ଦୀର୍ଘ ୧୧ ବର୍ଷ ହେଲା ପୁଣେ ସହରର ସଡପସର୍‌ ଅଞ୍ଚଳରେ ଏକ ନସିଂହୋମ ଚଳାଉଛନ୍ତି । ସୂଚନାମୁତାବକ ଆଜି ପର୍ଯ୍ୟନ୍ତ ସେ ୨୪୦୦ କନ୍ୟା ସନ୍ତାନଙ୍କ ଡେଲିଭେରୀ କରାଇସାରିଥିବାବେଳେ କାହାରିଠାରୁ ଟଙ୍କାଟିଏ ମଧ୍ୟ ଦାବି କରିନାହାନ୍ତି ।

ଲେବର ରୁମ୍‌ରୁ ଆରମ୍ଭ କରି ରୁମ୍ ଚାର୍ଜ, ଔଷଧପତ୍ର ଓ ପ୍ରସୂତୀଙ୍କ ଖାଦ୍ୟପେୟ ସମ୍ପୂର୍ଣ୍ଣ ମାଗଣା। କେବଳ ଏତିକି ନୁହେଁ, ତାଙ୍କ ନସିଂହୋମରେ ଜନ୍ମଗ୍ରହଣ କରୁଥିବା ପ୍ରତ୍ୟେକ କନ୍ୟା ସନ୍ତାନକୁ କେକ୍ କାଟି ଭବ୍ୟ ଢଙ୍ଗରେ ସ୍ଵାଗତ କରାଯାଇଥାଏ । ସୁସ୍ଥ ହେବାପରେ ଏକ ସୁସଜ୍ଜିତ ଅଟୋରେ ମାଆ ଓ ନବଜାତ କନ୍ୟା ସନ୍ତାନଙ୍କୁ ସେମାନଙ୍କ ଘରକୁ ପଠାଯିବାର ବ୍ୟବସ୍ଥା ମଧ୍ୟ କରାଯାଇଥାଏ।ସାଧାରଣତଃ ପରିବାରରେ କନ୍ୟା ସନ୍ତାନର ଜନ୍ମକୁ ପିତାମାତା ଓ ପରିବାରବର୍ଗ ଭଲଦୃଷ୍ଟିରେ ଗ୍ରହଣ କରୁନଥିବାରୁ ସେ ଏଭଳି ନୂତନ ଚିନ୍ତାଧାରା ଆପଣେଇଥିବା ଡଃ ରାଖ୍ କହିଛନ୍ତି।

 

 

Get real time updates directly on you device, subscribe now.