fbpx

୧୨୬ ଛୁଆର ବାପା ହେଲେଣି ୬୬ ବର୍ଷୀୟ ବ୍ୟକ୍ତି, ଏବେବି ମାଗଣାରେ ଡୋନେଟ୍ କରୁଛନ୍ତି sperm

Advertisement

ନୂଆଦିଲ୍ଲୀ: ଭାରତରେ ଯେତେବେଳେ ‘ଭିକି ଡୋନର’ ଫିଲ୍ମ ଆସିଥିଲା, ସେବେ ସ୍ପର୍ମ ବି ଡୋନେଟ୍ କରନ୍ତି ବୋଲି ବହୁତ ଲୋକଙ୍କୁ ଜଣାପଡିଥିଲା । ବିଦେଶରେ ଏହା ଅନେକ ବର୍ଷ ଧରି ଚାଲିଆସୁଛି । ଲଣ୍ଡନରେ ରହିଥିବା ୬୬ ବର୍ଷୀୟ ଅବସରପ୍ରାପ୍ତ ଶିକ୍ଷକ କ୍ଲିଭ୍ ଜୋନ୍ସ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଜାଣିଛନ୍ତି କି କାହିଁକି ? କାରଣ ସେ ଏପର୍ଯ୍ୟନ୍ତ ୧୨୯ ପିଲାର ପିତା ହୋଇଛନ୍ତି । ସେ ସ୍ପର୍ମ ଦାନ କରିଛନ୍ତି ।

କ୍ଲିଭ ଜୋନ୍ସ ଏହି କାମ ଗତ ୧୦ ବର୍ଷରୁ କରି ଆସୁଛନ୍ତି । ଏହି କାରଣରୁ ବର୍ତ୍ତମାନ ସୁଦ୍ଧା ସେ ୧୨୯ ପିଲାଙ୍କ ବାୟୋଲଜିକାଲ ପିତା ହୋଇଛନ୍ତି । ଖବର ଅନୁସାରେ, ଖୁବଶୀଘ୍ର ତାଙ୍କ ସ୍ପର୍ମ ଦ୍ୱାରା ଆଉ ୯ ଶିଶୁ ଜନ୍ମ ହେବାକୁ ଯାଉଛନ୍ତି । ଏହା ପରେ ସେ ୧୩୮ ପିଲାଙ୍କୁ ପିତା ହେବେ ।

ତେବେ ସ୍ପର୍ମ ଡୋନେଟ୍ କରିବାର ସର୍ବାଧିକ ବୟସ ୪୫ ବର୍ଷ ରହିଛି । ଏପରି ସ୍ଥିତିରେ ସେମାନେ ଆଇନଗତ ଭାବେ ସ୍ପର୍ମ ଦାନ କରିପାରିବେ ନାହିଁ । କ୍ଲିଭ ଆନୁଷ୍ଠାନିକ ଭାବେ ସ୍ପର୍ମ ଡୋନର ହୋଇପାରିବେ ନାହିଁ । ଫେସବୁକ ମାଧ୍ୟମରେ ସେ ନିଜ ଗ୍ରାହକମାନଙ୍କ ସହ ଯୋଗାଯୋଗ କରିଥିଲେ । କେବଳ ଏତିକି ନୁହେଁ, ସେ ନିଜର ଏହି କାମ ପାଇଁ କୌଣସି ଟଙ୍କା ନେଉନଥିଲେ । ସେ କହନ୍ତି କି, ଯେବେ ଲୋକମାନେ ତାଙ୍କୁ ଶିଶୁର ଫଟୋ ପଠାନ୍ତି, ସେବେ ତାଙ୍କୁ ବହୁତ ଖୁସି ଲାଗିଥାଏ । ଅନ୍ୟପଟେ କ୍ଲିଭ ୧୯୭୮ ମସିହାରେ ବିବାହ କରିଥିଲେ । ସେ ୩ ସନ୍ତାନ ପିତା ହୋଇଥିବା ବେଳେ ତାଙ୍କ ପରିବାର ଓ ପତ୍ନୀ ମଧ୍ୟ ତାଙ୍କ କାମ ବିଷୟରେ ଜାଣିଛନ୍ତି ।

Get real time updates directly on you device, subscribe now.