fbpx

(Video) ଅପୂର୍ବ ସେ କାଳିଆର ଲୀଳା, ବୃଦ୍ଧା ମାଉସୀଙ୍କୁ ଦର୍ଶନ କରାଇଲେ ପୋଲିସ୍ କର୍ମୀ

ପୁରୀ(ଓଡ଼ିଶା ଭାସ୍କର): କୁହାଯାଏ କାଳିଆର ଲୀଳା ସମସ୍ତଙ୍କୁ ଅଛପା । କାଳିଆର ଡୋରି ନଲାଗିଲେ ଦର୍ଶନ କରିହୁଏନା । କିନ୍ତୁ ଯେତେବେଳେ କାଳିଆ ଚାହେ ତ’ ଭକ୍ତକୁ ଦେଖିବାକୁ ଭିଡ଼ ଭିତରୁ ଟାଣି ହୋଇଆସେ ଭକ୍ତ । ଏବେ ଏଭଳି ଜଣେ ଭକ୍ତ ଭଗବାନଙ୍କ ମିଳନ ହୋଇଛି, ତାହା ପୁଣି ଏହି ରଥଯାତ୍ରାରେ ।

ପ୍ରକୃତରେ ଏହି ବୃଦ୍ଧା ମାଉସୀ ସୁଦୂର ଭଦ୍ରକରୁ ଛୁଟି ଆସିଥିଲେ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ କିନ୍ତୁ ବାର୍ଦ୍ଧକ୍ୟ ଅବସ୍ଥା କାରଣରୁ ଗହଳିରେ ରହି ଦର୍ଶନ କରିପାରିନଥିଲେ ଜଗାକୁ । ହେଲେ ହୁଏତ ଜଗା ମଧ୍ୟ ଚାହୁଥିଲା ତା’ର ଏହି ଭକ୍ତଙ୍କୁ ଦେଖାକରିବାକୁ, ସେଥିପାଇଁ ବୋଧହୁଏ ପୋଲିସ୍ ଭାଇଙ୍କ ନଜରକୁ ଆସିଥିଲେ ଏହି ବୃଦ୍ଧା ଆଉ ସେମାନଙ୍କ ସହାୟତାରେ ରଥ ଉପରେ ବସିଥିବା ଜଗାକୁ ଦର୍ଶନ କରିଥିଲେ ବୃଦ୍ଧା ଶାନ୍ତିଲତା  । ଦେଖନ୍ତୁ ଭିଡିଓ…

ସୂଚନା ଅନୂଯାୟୀ, ଶାନ୍ତିଲତା ନାମକ ଏହି ବୃଦ୍ଧା ମହାପ୍ରଭୁଙ୍କ ରଥଯାତ୍ରା ଦେଖବାକୁ ଭଦ୍ରକରୁ ଆସିଥିଲେ । କିନ୍ତୁ ଗହଳି ଯୋଗୁଁ ଦର୍ଶନ କରିପାରିନଥିଲେ, ହେଲେ ଆଡ଼ପ ବିଜେ ଦିନ ପୋଲିସ୍ କର୍ମଚାରୀଙ୍କ ସହାୟତାରେ ରଥରେ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ ।  ୮୦ ବର୍ଷ ବୟସର ଏହି ବୃଦ୍ଧା ମହାପ୍ରଭୁଙ୍କୁ ଦର୍ଶନ କରିବା ସମୟରେ ହୋଇପଡ଼ିଥିଲେ ଭାବବିହ୍ୱଳ, ଆଉ କାଳିଆକୁ ଦର୍ଶନ କରି କରିଥିଲେ ସାନିଧ୍ୟ୍ୟ ଲାଭ ।

 

Get real time updates directly on you device, subscribe now.