fbpx

ବିଧାନସଭାରେ ପାରିତ ହେଲା ୩ଟି ବିଲ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଧାନସଭାର ମୌସୁମୀ ଅଧିବେଶନରେ ଆଜି ୩ଟି ବିଲ୍ ପାରିତ ହୋଇଛି । ଡ୍ରିମସ୍ ବିଶ୍ୱବିଦ୍ୟାଳୟ ଓଡ଼ିଶା ବିଲ-୨୦୨୨, ସିଭି ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ଓଡ଼ିଶା ସଂଶୋଧନ ବିଲ-୨୦୨୨, ଗାନ୍ଧି ଯାନ୍ତ୍ରିକ ଓ ପ୍ରଯୁକ୍ତି ବିଦ୍ୟା ଅନୁଷ୍ଠାନ ବିଶ୍ୱବିଦ୍ୟାଳୟ ଓଡ଼ିଶା ସଂଶୋଧନ ବିଲ୍ ପାରିତ ହୋଇଛି ।

ଆଜି ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭରୁ ବିରୋଧୀଙ୍କ ନାରାବାଜୀ ଓ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ବିଜେପି କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ହଟ୍ଟଗୋଳ କରିଥିଲେ । ଫଳରେ ଗୃହକୁ ଦିନ ୧୧.୩୦ ପର୍ଯ୍ୟନ୍ତ ବାଚସ୍ପତି ବିକ୍ରମ କେଶରୀ ଆରୁଖ ମୁତଲବୀ ରଖିଥିଲେ ।

ଆଜି ଗୃହରେ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ବିଜେପି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣା ଉପରେ ବିବୃତ୍ତି ରଖିଥିଲେ । ଉକ୍ତ ଘଟଣା ଏକ ସମ୍ବେଦନଶୀଳ ଘଟଣା । ଘଟଣାର ତଦନ୍ତ ପାଇଁ କମିଶନରେଟ୍ ପୋଲିସ ୩ଟି ଟିମ୍ ଗଠନ କରି ତଦନ୍ତ କରୁଛି । ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଥିଲେ ।

Get real time updates directly on you device, subscribe now.