fbpx

ପୁଣି ଆମେରିକାରେ ଗୁଳିକାଣ୍ଡ, ପରେଡରେ ଭିଡ଼ ଉପରକୁ ଆଖିବୁଜା ଗୁଳିମାଡ଼

ନୂଆଦିଲ୍ଲୀ: ଆମେରିକାରେ ପୁଣିଥରେ ହୋଇଛି ଗୁଳିକାଣ୍ଡ । ଆମେରିକାର ଇଲିନୋଇସ ସହରର ଏକ ହାଇଲ୍ୟାଣ୍ଡ୍ ପାର୍କରେ ଏକ ପରେଡ ଉପରକୁ ଗୁଳିମାଡ଼ କରିଛି ଜଣେ ଦୁର୍ବୁତ୍ତ । ଆମେରିକାରେ ୪ ଜୁଲାଇକୁ ସ୍ୱତନ୍ତ୍ରତା ଦିବସ ସମାରୋହ ପାଳନ କରାଯାଇଥାଏ । ଏହି ସମୟରେ ବିଭିନ୍ନ ସ୍ଥାନରେ ପରେଡର ଅୟୋଜନ କରାଯାଇଥାଏ ।

ରିପୋର୍ଟ ଅନୂଯାୟୀ, ଦୁର୍ବୁତ୍ତ ଗୋଟିଏ ଛାତ ଉପରେ ଲୁଚି ରହିଥିଲା ଏବଂ ସେଠାରୁ ହିଁ ପରେଡରେ ଭାଗ ନେଇଥିବା ଲୋକଙ୍କ ଉପରକୁ ଆଖିବୁଜା ଗୁଳିଚଳାଇଥିଲା । ଗୁଳିକାଣ୍ଡରେ ଅନେକ ଲୋକଙ୍କୁ ଗୁଳିବାଜିଥିବା ନେଇ କୁହାଯାଉଛି ।

ଗୁଳିକାଣ୍ଡ ଯୋଗୁଁ ପରେଡରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା, ଭୟରେ ଲୋକମାନେ ଏଣେତେରେ ଦୌଡ଼ିବାକୁ ଲାଗିଥିଲେ । ତେବେ ପୋଲିସ ବର୍ତ୍ତମାନ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.