ଭୁବନେଶ୍ୱର : ନବମ ଥର ପାଇଁ ବିଜେଡି ସଭାପତି ହୋଇଛନ୍ତି ନବୀନ ପଟ୍ଟନାୟକ। ହେଲେ ବିଜେଡି ସଭାପତିଙ୍କ ନାମ ଘୋଷଣା ବେଳେ ଅନୁପସ୍ଥିତ ଥିଲେ ହେଭିଓ୍ବେଟ୍। ଏସବୁ ନେତାଙ୍କ ମଧ୍ୟରେ ଥିଲେ ରଣେନ୍ଦ୍ର ପ୍ରତାପ ସ୍ବାଇଁ,ପ୍ରଫୁଲ୍ଲ ମଲିକ। ତେବେ ଶଶି ବେହେରା, ଭୂପିନ୍ଦର ସିଂ, ନିରଞ୍ଜନ ବିଶିଙ୍କୁ ମଧ୍ୟ ଦେଖିବାକୁ ମିଳି ନ ଥିଲା।
ସେହିପରି ସନାତନ ମହାକୁଡ଼, ସୁଲତା ଦେଓ, ସସ୍ମିତ ପାତ୍ରଙ୍କ ଦେଖା ମିଳିନି। କେଉଁ ପରିସ୍ଥିତିରେ ଏହି ବିଶେଷ ମୁହୂର୍ତ୍ତରେ ସେମାନେ ଅନୁପସ୍ଥିତ ଥିଲେ ଯଦିଓ ଏହା ସ୍ପଷ୍ଟ ହୋଇ ନାହିଁ ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।
ତେବେ ନିର୍ଦ୍ବନ୍ଦ୍ବରେ ବିଜେଡି ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ନବୀନ ପଟ୍ଟନାୟକ । ଖଣ୍ଡୁଆପାଟ ଦେଇ ନବୀନଙ୍କୁ ସ୍ବାଗତ କରିଛନ୍ତି କର୍ମୀ । ସଭାପତି ଭାବେ ନବୀନଙ୍କ ନାଁ ଘୋଷଣା ହେବା ପରେ ଏବେ ଜଣକ ପରେ ଜଣେ କର୍ମୀ ନବୀନଙ୍କୁ ଭେଟୁଛନ୍ତି ।
ସାଧାରଣ ନିର୍ବାଚନ ୨୦୨୪ରେ ପରାଜୟ ପରେ ପୁଣି ଦଳ ସଜାଡୁଛି ବିଜେଡି । ବିଜେଡି ସାଂଗଠନିକ ନିର୍ବାଚନରେ ୩୩ ସାଂଗଠନିକ ଜିଲ୍ଲାରୁ ୧୮ଟି ଜିଲ୍ଲାସଭାପତିଙ୍କ ନାଁ ଘୋଷଣା ହୋଇଛି । ଏହି ତାଲିକାରେ ବରିଷ୍ଠ ତଥା ଅଭିଜ୍ଞ ନେତାଙ୍କୁ ଗୁରୁତ୍ୱ ଦିଆଯାଇଛି । ନିର୍ବାଚନ ପରାଜୟ ପରେ ବିଜେଡିରେ ଶୃଙ୍ଖଳା ଭଙ୍ଗ ହୋଇଛି ।
ଏଥିସହ ସେ କହିଛନ୍ତି ଓଡିଶାବାସୀଙ୍କ ଆର୍ଶିବାଦ ମୋତେ ସଫଳତା ଦେଇଛି । ୨୪ ବର୍ଷ କାଳ ଓଡିଶାବାସୀଙ୍କ ସେବା କରିବା ପାଇଁ ସୁଯୋଗ ପାଇଛି ବିଜୁ ଜନତା ଦଳ । ସେହି ସମୟରେ ଓଡିଶାର ବିକାଶ ହୋଇଛି । ଏଥିସହ ଓଡିଶା ଅନେକ ରାଜ୍ୟ ପାଇଁ ରୋଲ ମଡେଲ ମଧ୍ୟ ସାଜିଛି ଯାହା ଆମ ପାଇଁ ଗୌରବ ର କଥା । ବିଜୁ ଜନତା ଦଳ ର ସାଙ୍ଗଠନିକ ଦଳକୁ କେହି ନୀଚ୍ଚ ମଣିବା ମଧ୍ୟ ଉଚିତ ନୁହେଁ । କାମ କରିବା ପାଇଁ ଆଜି ବି ଆମ ଦଳ ଏକାଠି ରହିଛି ସମସ୍ତ ସକ୍ରିୟ କର୍ମୀ ପାଇଁ ବିଜୁ ଜନତା ଦଳ ସବୁବେଳେ ଥିଲା ସବୁବେଳେ ରହିଛି । ଆମର ନୀତି ଓ ଆର୍ଦଶ ହେଉଛି ଆମର ଶକ୍ତି , ସରକାରରେ ବିଜୁ ଜନତା ଦଳ ରହୁ କିମ୍ବା ନ ରହୁ କିନ୍ତୁ ଓଡିଶାବାସୀଙ୍କ ସହିତ ଆମେ ଅଛୁ ଓ ଆଗକୁ ଏମିତି ରହିଥିବୁ ।