fbpx

ଶ୍ରୀମନ୍ଦିରର ସୁରକ୍ଷା ପାଇଁ ବୈଠକ: ଏଣିକି ଲାଗୁ ହେବ ନୂଆ ଏସଓପି, ଜାଣନ୍ତୁ କଣ ହେବ ପରିବର୍ତ୍ତନ

ପୁରୀ: ଶ୍ରୀମନ୍ଦିର ରୋଷଘରର ଚୁଲି ଭାଙ୍ଗିବା ପରେ ଏବେ ପ୍ରାଶାସନର ନିଦ ଭାଙ୍ଗିଛି । ନୂଆ ଏସଓପି ଜାରି କରିବା ପାଇଁ ଚିନ୍ତା କରୁଛି ଶ୍ରୀମନ୍ଦିର ପ୍ରଶାସନ । ମନ୍ଦିରରେ ଏଭଳି ଏକ ବହ ଅଘଟଣ ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ଅନୁଷ୍ଠିତ ହୋଇଛି ଏକ ବୈଠକ । ଶ୍ରୀମନ୍ଦିରର ପ୍ରଶାସନ ଅଫିସରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଂକରେ ଅଧ୍ୟକ୍ଷତା କରିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ।

ସୂଚନା ଅନୁସାରେ, ପୁରୀ ଶ୍ରୀମନ୍ଦିରରେ ହୋଇଥିବା ବିଶୃଙ୍ଖଳା ପରେ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଉଛି । ମନ୍ଦିରରେ ନୂଆ ଏସଓପି ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିରର ପ୍ରଶାସନ ଅଫିସରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ତେବେ ଏହି ବୈଠକରେ ଜିଲ୍ଲାପାଳଙ୍କ ବ୍ୟତୀତ ପୁରୀ ଏସପି, ମନ୍ଦିରର ସୁରକ୍ଷା ପ୍ରଶାସକ ଏବଂ ନୀତି ପ୍ରଶାସକ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହା ସହିତ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଓ ପରିଚାଳନା କମିଟି ସଦସ୍ୟମାନେ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ । ସଭାରେ ରୋଷଘରର ଚୁଲି ଭଙ୍ଗା, ସୁରକ୍ଷା ବୃଦ୍ଧି ଓ ସିସିଟିଭି ଇତ୍ୟାଦିକୁ ନେଇ ଆଲୋଚନା ହୋଇଛି ।

ତେବେ ବୈଂକର ଶେଷରେ ଏ ନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଳାପାଳ ସମର୍ଥ ବର୍ମା । ବୈଠକରେ ମନ୍ଦିର ଏବଂ ଏହାର ସୁରକ୍ଷା ପାଇଁ ନୂଆ ଏସଓପି ଜାରି କରାଯାଇଥିବା ସେ ସୂଚନା ଦେଇଛନ୍ତି । ଆଜି ରାତିରୁ ମନ୍ଦିରରେ ଜେଟିପିଙ୍କ ସହ ପୋଲିସ କର୍ମଚାରୀ ମଧ୍ୟ ମୁତୟନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଜଣେ ପୋଲିସ ଅଧିକାରୀଙ୍କ ନେତୃତ୍ୱରେ ପୋଲିସ ଏବଂ ଜେଟିପି ମୁତୟନ କରାଯିବ । ରୋଷଘର ଗେଟରେ ୪ଟି ସ୍ଥାନରେ ସିସିଟିଭି ବ୍ୟବସ୍ଥା ପାଇଁ ଏହି ବୈଠକରେ ଆଲୋଚନା ହୋଇଛି । ଏହା ବ୍ୟତୀତ ଚୁଲିଭଙ୍ଗା ଘଟଣା ଦିନ ଦାୟିତ୍ୱରେ ରହିଥିବା ଜେଟିପିଙ୍କୁ ଶୋ-ଜଜ୍ ପାଇଁ ନୋଟିସ ଜାରି କରାଯାଇଥିଲା । ତେବେ ତାଙ୍କର ଉତ୍ତରକୁ ଅନୁଧ୍ୟାନ କରି କାର୍ଯ୍ୟନୁଷ୍ଠାନ କରିଛି ପ୍ରଶାସନ ।

Get real time updates directly on you device, subscribe now.