fbpx
BJD SKY
BJD SKY

ସମ୍ଭାବ୍ୟ ଗ୍ରୀଷ୍ମକାଳୀନ ବାତ୍ୟାର ମୁକାବିଲା ନେଇ ବୈଠକ; ବାତ୍ୟା ଟ୍ରାକିଂ ପାଇଁ ପାରାଦୀପ ଓ ଗୋପାଳପୁରରେ ଜାଗିଛି ଡୋପ୍‍ଲାର୍‍ ରାଡାର୍‍

BJD

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ସମ୍ଭାବ୍ୟ ଗ୍ରୀଷ୍ମକାଳୀନ ବାତ୍ୟାର ମୁକାବିଲା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବାତ୍ୟା ପରିସ୍ଥିତିର ମୁକାବିଲା ନେଇ ଆଲୋଚନା ହୋଇଛି। ବୈଠକରେ କୁହାଯାଇଛି, ପାରାଦୀପ ଏବଂ ଗୋପାଳପୁରରେ ଡୋପ୍‍ଲର୍‍ ରାଡାର୍‍ କାର୍ଯ୍ୟ କରୁଛି। ଏହା ବାତ୍ୟା ଟ୍ରାକିଂ ଏବଂ ପାଣିପାଗର ପୂର୍ବାନୁମାନ କରିବାରେ ସହାୟକ ହେବ।

ସେହିଭଳି ବାତ୍ୟାପ୍ରବଣ ସ୍ଥାନଗୁଡ଼ିକରେ ଆଗୁଆ ମୋବାଇଲ୍‍ ଟାୱାର୍‍ ନିୟୋଜିତ କରିବାପାଇଁ ଯୋଜନା କରାଯାଇଛି। ଏହି କ୍ରମରେ ଆସନ୍ତା ପହିଲାରୁ ବିଭିନ୍ନ ବିଭାଗ ଓ ଜିଲ୍ଲାମାନଙ୍କରେ ୨୪
ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଆରମ୍ଭ କରିବାପାଇଁ ନିଷ୍ପତ୍ତି ନିଆଯାଇଛି। ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜର ୩୧୭ଟି ଫାୟାର୍‍ ଷ୍ଟେସନରେ ଆବଶ୍ୟକ ସନ୍ଧାନ ଓ ଉଦ୍ଧାର ଉପକରଣ ମହଜୁଦ୍‍ ରଖାଯାଇଛି। ସେହିଭଳି ଏନ୍‍.ଡି.ଆର୍‍.ଏଫ୍‍.ର ତୃତୀୟ ବାଟାଲିୟନ୍‍ରେ ୧୭ଟି ଟିମ୍‍ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟପାଇଁ ପ୍ରସ୍ତୁତ ଅଛନ୍ତି। ବୈଠକରେ କୁହାଯାଇଛି, ସମ୍ଭାବ୍ୟ ବାତ୍ୟା ପୂର୍ବରୁ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତରିତ କରିବାପାଇଁ ୮୭୯ଟି ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ ରହିଥିବା ଜଣାପଡ଼ିଛି।

Get real time updates directly on you device, subscribe now.