fbpx

ନାକରେ ଆଙ୍ଗୁଠି ପୂରାଇଲେ ଶ୍ରବଣ ଶକ୍ତି ପ୍ରଭାବିତ ହେବ! ନାକ ଦେଇ ବ୍ରେନରେ ପହଞ୍ଚିଯିବ ବ୍ୟାକ୍ଟେରିଆ, ଡିମେନ୍ସିଆ ଓ ଅଲଝେଇମର ରୋଗର ଆଶଙ୍କା ବଢ଼ିଯିବ

ନୂଆଦିଲ୍ଲୀ: ଆମମାନଙ୍କ ମଧ୍ୟରେ ଏପରି କିଛି ଲୋକ ଥାଆନ୍ତି, ଯେଉଁମାନଙ୍କର ଅନେକ କୁଅଭ୍ୟାସ ରହିଥାଏ । ତେବେ ସେହି ଖରାପ ଅଭ୍ୟାସଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ନାକରେ ଆଙ୍ଗୁଠି ଭର୍ତ୍ତି କରିବା । କିଛି ଲୋକ କଥା ହେଉଥିବା ସମୟରେ, ବସିଥିବା ସମୟରେ ନାକରେ ଆଙ୍ଗୁଠି ପୂରାଇ ଥାଆନ୍ତି । ଏହି ଅଭ୍ୟାସ ପାଇଁ ଅନେକ ସମୟରେ ସେମାନଙ୍କୁ ହାସ୍ୟାସ୍ପଦର ଶିକାର ହେବାକୁ ପଡ଼ିଥାଏ । ମାତ୍ର ପରବର୍ତ୍ତୀ ସମୟରେ ଅନେକ ଜମାରୁ ସୁଧୁରି ନଥାନ୍ତି ।

ତେବେ ନାକରେ ବାରମ୍ବାର ଆଙ୍ଗୁଠି ପୂରାଇବା ଫଳରେ ଆପଣଙ୍କର ବ୍ରେନ ପ୍ରଭାବିତ ହୋଇପାରେ । ଏପରିକି ଏହି ଆଙ୍ଗୁଠି ଆପଣଙ୍କୁ ଅଲଝାଇମର ରୋଗ ଆଡ଼କୁ ଟାଣି ନେଇପାରେ । ନାକରେ ଆଙ୍ଗୁଠି ପୂରାଇଲେ ବୀମାରୀ କିପରି ହେବ ବୋଲି ଅନେକ ଭାବି ଥାଇପାରନ୍ତି । ତେବେ ଏହାର ସତ୍ୟତା ଏକ ରିସର୍ଚ୍ଚରୁ ଜଣପାଡ଼ିଛି । ଅଷ୍ଟ୍ରେଲିଆର ଗ୍ରିଫିଥ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆଣିଛନ୍ତି ।

ଗତ ୨୦୨୨ ମସିହାରେ ଏକ ମୂଷା ଶରୀରରେ କ୍ଲେମାଇଡିଆ ନିମୋନିଆ ବ୍ୟାକ୍ଟେରିଆ ଉପରେ ରିସର୍ଚ୍ଚ କରାଯାଇଥିଲା । ତେବେ ଏହି ବ୍ୟାକ୍ଟେରିଆ ଡିମେନ୍ସିଆର କାରଣ ହୋଇପାରେ ବୋଲି ରିସର୍ଚ୍ଚରୁ ଜଣାପଡ଼ିଥିଲା । ଏହି ବ୍ୟାକ୍ଟେରିଆ ନାକ ମଧ୍ୟ ଦେଇ ସିଧାସଳଖ ମସ୍ତିଷ୍କ ମଧ୍ୟକୁ ପ୍ରବେଶ କରିପାରେ । ଏହାପରେ ଏହି ବ୍ୟାକ୍ଟେରିଆ ବ୍ରେନରେ ଅଲଝେଇମର ଓ ଡିମେନ୍ସିଆ ରୋଗର କାରଣ ସାଜିପାରେ । ଏଥିସହିତ ଏହି ବ୍ୟାକ୍ଟେରିଆ ସ୍ନାୟୁ ସଂକ୍ରମଣ ମଧ୍ୟ କରିପାରେ ।

କ୍ଲେମାଇଡିଆ ନିମୋନିଆ ସିଧାସଳଖ ନାକ ଦେଇ ମସ୍ତିଷ୍କରେ ପହଞ୍ଚି ପାରିବ । ଫଳରେ ଶରୀରରେ ଅଲଝେଇମର ରୋଗୀଙ୍କ ଠାରେ ଦେଖାଦେଇଥିବା ସମସ୍ୟା ସବୁ ଶରୀରରେ ଦେଖାଦେଇଥାଏ । ନାକରେ ଆଙ୍ଗୁଠି ପୂରାଇବା ଫଳରେ ଆମର ଭିତରର ସ୍ତର ନଷ୍ଟ ହୋଇପାରେ । ଏପରି ସ୍ଥଳେ ବ୍ୟାକ୍ଟେରିଆ ବ୍ରେନରେ ପହଞ୍ଚିବାର ସମ୍ଭାବନା ରହିଥାଏ । ଏପରିକି ଏହାଦ୍ୱାରା ଶୁଣିବା କ୍ଷମତା ମଧ୍ୟ ପ୍ରଭାବିତ ହୋଇପାରେ । ତେବେ ଏହି ଜୀବାଣୁ ମଣିଷଙ୍କ ଠାରେ ରହିଥିଲେ ହେଁ ଏହା କିପରି ଆସିଲା ତାହା ଜଣାପଡ଼ି ନାହିଁ ।

Get real time updates directly on you device, subscribe now.