fbpx

ମେହବୁବା ମୁଫ୍‌ତି ପୁଣି ଗୃହବନ୍ଦୀ, ନିଜେ ଟ୍ବିଟ୍ କରି ଦେଲେ ସୂଚନା

ନୂଆଦିଲ୍ଲୀ/ ଶ୍ରୀନଗର: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିି ଅଧ୍ୟକ୍ଷା ମେହବୁବା ମୁଫ୍‌ତି ପୁଣି ଥରେ ଗୃହବନ୍ଦୀ ହୋଇଛନ୍ତି । ତାଙ୍କୁ ଘରୁ ବାହାରିବା ପାଇଁ ବାରଣ କରାଯାଇଛି । ତ୍ରାଲ୍‌ ପୁଲୱାମାରେ ଏକ ପରିବାରକୁ ଭେଟିବାକୁ ଯିବା ପାଇଁ ମୁଫ୍‌ତି ଯୋଜନା କରିଥିଲେ । ତେବେ ଏଥିପୂର୍ବରୁ ତାଙ୍କୁ ଗୃହବନ୍ଦୀ କରାଯାଇଛି । ନିଜେ ମୁଫ୍‌ତି ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ।

 

ସେ ଯେଉଁ ପରିବାରକୁ ଭେଟିବାକୁ ଯାଇଥାନ୍ତେ ସେହି ପରିବାରକୁ ସେନା ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା । ଗୃହବନ୍ଦୀ ହେବା ପରେ ମୁଫ୍‌ତି କହିଛନ୍ତି ଯେ, ଏକ ପରିବାରକୁ ସାକ୍ଷାତ୍‌ କରିବାକୁ ଚେଷ୍ଟା କରି ମୁଁ ପୁଣି ଥରେ ଗୃହବନ୍ଦୀ ହୋଇଛି । ଏହା ହେଉଛି କଶ୍ମୀରର ପ୍ରକୃତ ଚିତ୍ର । ଭାରତ ସରକାର ଘାଟିରେ ସ୍ଥିତି ସ୍ୱାଭାବିକ ଥିବା ନେଇ ଡିଣ୍ଡିମ ପିଟୁଥିବାବେଳେ ବାସ୍ତବ ସ୍ଥିତି କିନ୍ତୁ ଭିନ୍ନ ବୋଲି ସେ କହିଛନ୍ତି । ପୂର୍ବରୁ ମଧ୍ୟ ମୁଫ୍‌ତି ବହୁବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ମଙ୍ଗଳବାର ସେ ଘାଟିରେ ସାମ୍ବାଦିକ ମାନଙ୍କୁ ଶୋଷଣ କରାଯାଉଥିବାର ଅଭିଯୋଗ ଆଣିଥିଲେ ।

Get real time updates directly on you device, subscribe now.