fbpx

ଗର୍ଲଫ୍ରେଣ୍ଡକୁ ନକଲି ହୀରା ମୁଦି ଗିଫ୍ଟ କରିଥିଲା ପଳାତକ ଚୋକସି

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କକୁ ୧୩ ହଜାର ୫୦୦ କୋଟି ଟଙ୍କା ଚୁନ ଲଗାଇ ଆଣ୍ଟିଗୁଆ ଫେରାର୍ ହୋଇଥିବା ହୀରା ବେପାରୀ ମେହୁଲ ଚୋକସି ନିଜର ତଥାକଥିତ ଗର୍ଲଫ୍ରେଣ୍ଡ ବାରବରା ଜାବରିକାଙ୍କୁ ନକଲି ହୀରା ମୁଦି ଦେଇ ତାଙ୍କ ସହିତ ପ୍ରେମ କରୁଥିବା ନେଇ ନାଟକ କରୁଥିଲା । ଏନେଇ ଖୋଦ୍ ଗର୍ଲଫ୍ରେଣ୍ଡ ବାରବରା ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ, ସେ ତାଙ୍କ ସହିତ ଫ୍ଲିର୍ଟ କରୁଥିଲା ଏବଂ ତାଙ୍କୁ ସେ ନିଜ ଅଫିସ୍ ରେ କିସ୍ କରିବାକୁ ଚେଷ୍ଟା କରୁଥିଲା । ଖାଲି ସେତିକି ନୁହେଁ ତାଙ୍କୁ ନକଲି ହୀରା ମୁଦି ଏବଂ ନେକଲେସ୍ ଦେଇଥିଲା । ଆଉ ତାଙ୍କୁ ନିଜ ନାଁ ‘ରାଜ୍’ ବୋଲି କହିଥିଲା ।

ବାରବରା କହିଛନ୍ତି ଯେ, ଚୋକସିର ଓକିଲମାନେ ତାଙ୍କୁ ଜବରଦସ୍ତି ଏହି କେସ୍ କୁ ଟାଣିବାକୁ ଚେଷ୍ଟା କରୁଛନ୍ତି । ଚୋକସିର ଫେରାର୍ ହେବା ପଛରେ ତାଙ୍କର କୌଣସି ପ୍ରକାରର ଭୂମିକା ନାହିଁ । ସେ ପ୍ରଥମେ ତାଙ୍କ ସହିତ ବନ୍ଧୁତା କରିବାକୁ ଚେଷ୍ଟା କରିଥିଲା । ଆଉ ଧୀରେ ଧୀରେ ଫ୍ଲିର୍ଟ କରିବା ଆରମ୍ଭ କରିଥିଲା ।

ବାରବରା ଆଗକୁ କହିଛନ୍ତି ଯେ, ମେହୁଲ ଚୋକସି ନିଜ ଫ୍ଲାଟ୍ ରେ ମୋତେ କିସ୍ କରିବାକୁ ଚେଷ୍ଟଂ କରିଥିଲା । ଏଥିପାଇଁ ମୁଁ ଏବଂ ପରିବାର ଚିନ୍ତାରେ ରହୁଥିଲୁ । ମେହୁଲ ଭାରତକୁ ନଯିବାର ଅନେକ ପ୍ରକାରର ବାହାନା ଖୋଜିଥିଲା । ସେ ଦାବି କରିଥିଲା ଯେ, ମୋତେ ଆଣ୍ଟିଗୁଆ ପୋଲିସ୍ ମାରପିଟ୍ କରି ଡୋମିନିକା ନେଇଯାଇଥିଲେ । ସେ ନିଜ ଅପହରଣ ପଛରେ ବାରବରାର ହାତ ଥିବା କହିଥିଲା । କିନ୍ତୁ ବାରବରା କହିଛନ୍ତି ଯେ, ତାଙ୍କ ପାଖରେ ଅନେକ ସୁଯୋଗ ଥାଇ ବି ସେ କିଛି କରିନଥିଲେ ।

Get real time updates directly on you device, subscribe now.