fbpx

ଅକ୍ସିଜେନ୍ ଅଭାବରୁ ୨୨ ଆକ୍ରାନ୍ତଙ୍କ ମୃତ୍ୟୁର ଭିଡିଓ ଭାଇରାଲ: ହସ୍ପିଟାଲ ସିଲ୍

ଲକ୍ଷ୍ନୌ: ଅକ୍ସିଜେନ୍ କାଣ୍ଡ ହୋଇଥିବା ଉତ୍ତରପ୍ରଦେଶ ଆଗ୍ରାର ପାରସ ହସ୍ପିଟାଲକୁ ସିଲ୍ କରିଦିଆଯାଇଛି । ଏହି ହସ୍ପିଟାଲର ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଅକ୍ସିଜେନ୍ ଅଭାବରୁ ମକଡ୍ରିଲ ସମୟରେ ୨୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଦାବି ହୋଇଛି । ଏବେ ସମ୍ପୂର୍ଣ୍ଣ ମାମଲାର ଯାଞ୍ଚ ଚାଲିଛି । ହସ୍ପିଟାଲକୁ ସିଲ୍ କରିବା ସହ ସଞ୍ଚାଳକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ତେବେ ଭିଡିଓ ଭାଇରାଲ ହେବା ପରେ ଜିଲ୍ଲା ଅଧିକାରୀ ହସ୍ପିଟାଲକୁ ସିଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଭାଇରାଲ ଭିଡିଓରେ ମାତ୍ର ୫ ମିନିଟରେ ୨୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ଭିଡିଓରେ ହସ୍ପିଟାଲର ସଞ୍ଚାଳକ ଜଣେ ବ୍ୟକ୍ତିଙ୍କୁ କହୁଛନ୍ତି କି, ୨୨ ଲୋକ ମରିଗଲେ ।

ହସ୍ପିଟାଲରେ ୫୫ ଆକ୍ରାନ୍ତ ଭର୍ତ୍ତି ହୋଇଥିଲେ । ହସ୍ପିଟାଲ ସିଲ ହେବା ପରେ ଅନ୍ୟ ସମସ୍ତ ରୋଗୀଙ୍କୁ ଆଉ ଏକ ହସ୍ପିଟାଲକୁ ଶିଫ୍ଟ କରାଯାଇଛି । ଏହି ଘଟଣାକୁ ନେଇ ଲକ୍ଷ୍ନୌରୁ ଆଗ୍ରା ପର୍ଯ୍ୟନ୍ତ ହଇଚଇ ସୃଷ୍ଟି ହୋଇଛି । ଘଟଣାକୁ ନେଇ ଯାଞ୍ଚ ଚାଲିଥିବା ବେଳେ ଏବେ ପାରସ ମେଡିକାଲ ସିଲ୍ ହୋଇଛି ।

Get real time updates directly on you device, subscribe now.