ଲଗାଣ ବର୍ଷା କଲା କଲବଲ; ପୋଲ ଉପରେ 2 ଫୁଟର ପାଣି, ଯାତାୟାତ ଠପ୍
ଲଗାଣ ବାର୍ଷାରେ ବେହାଲ ମାଲକାନଗିରି । ପୁଣି ବୁଡ଼ିଲା କନ୍ୟାଶ୍ରମ ପୋଲ, ଯାତାୟାତ ବାଧାପ୍ରାପ୍ତ ।
ମାଲକାନଗିରି: ଲଗାଣ ବାର୍ଷାରେ ବେହାଲ ମାଲକାନଗିରି । ପୁଣି ବୁଡ଼ିଲା କନ୍ୟାଶ୍ରମ ପୋଲ, ଯାତାୟାତ ବାଧାପ୍ରାପ୍ତ । କନ୍ୟାଶ୍ରମ ପୋଲ ଉପରେ ଚାଲିଛି 2 ଫୁଟର ବର୍ଷା ଜଳ । ଫଳରେ କାଲିମେଳା-ପଡ଼ିଆ ବ୍ଲକକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଉଭୟ ପଟେ ଅଟକି ରହିଛି ଅନେକ ଯାନବାହନ ।
ପ୍ରବଳ ବର୍ଷା ପରେ ପୋଲ ଉପର ଦେଇ ପ୍ରବାହିତ ହେଉଛି ବର୍ଷା ପାଣି । ଯାହାଫଳରେ ନାହଁ ନଥିବା ସମସ୍ୟା ଭୋଗୁଛନ୍ତି ସାଧାରଣ ଲୋକେ । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରିଛି।