ନିବେଶ ପୂର୍ବରୁ ଭାରତରେ ମହିଳାମାନେ କରନ୍ତି ଏପରି କାମ: ରିପୋର୍ଟରେ ଆଶ୍ଚର୍ଯ୍ୟକର ଖୁଲାସା

ନୂଆଦିଲ୍ଲୀ: ପୁଞ୍ଜି ନିବେଶ ମାଧ୍ୟମରେ ଆପଣ ରୋଜଗାର ଓ ସଞ୍ଚୟ ଉପରେ ଭଲ ରିଟର୍ଣ୍ଣ ହାସଲ କରାଯାଇପାରିବେ । ଭାରତରେ ପୁଞ୍ଜି ନିବେଶ ପାଇଁ ଅନେକ ମାଧ୍ୟମ ରହିଛି । ଅବଶ୍ୟ ଭାରତରେ ଉଭୟ ମହିଳା ଏବଂ ପୁରୁଷଙ୍କ କ୍ଷେତ୍ରରେ ପୁଞ୍ଜି ନିବେଶକୁ ନେଇ ବିଭିନ୍ନ ଧାରା ଦେଖିବାକୁ ମିଳିଛି । ଡିଏସପି ମ୍ୟୁଚୁଆଲ୍ ଫଣ୍ଡ ଏହାର ୨୦୨୨ ୱିନିଭେଷ୍ଟର ପଲ୍ସ ରିପୋର୍ଟ ଜାରି କରିଛି, ଯେଉଁଥିରେ ନିବେଶ ଢ଼ାଞ୍ଚା ଏବଂ ନିବେଶ ସହ ଜଡ଼ିତ ନିଷ୍ପତ୍ତି ନେଉଥିବା କାରଣ ବିଷୟରେ କିଛି ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଏକ ଇଭେଣ୍ଟରେ ଡିଏସପି ଇନଭେଷ୍ଟମେଣ୍ଟ ମ୍ୟାନେଜର୍ସର ଭାଇସ୍ ଚେୟାରପର୍ସନ ଆଦିତ୍ୟ କୋଠାରୀ ଦେଶାଇ ଏହି ସର୍ଭେର ଫଳାଫଳକୁ କହିଛନ୍ତି ।

ସର୍ଭେ:-
ଡିଏସପିର ସର୍ବେକ୍ଷଣରେ ୧୦ ଟି ସହରର ୪୬୨୫ ମହିଳା ଏବଂ ପୁରୁଷଙ୍କୁ ସାମିଲ କରାଯାଇଛି । ଏଥିରେ ଭାଗ ନେଇଥିବା ଲୋକମାନେ ଏବେ କାମ କରୁଛନ୍ତି ଓ ଅତିକମରେ ୨ ବର୍ଷ କାମ କରିଛନ୍ତି । ଏଥିରେ ଅବିବାହିତ, ବିବାହିତ ମହିଳା ଓ ପୁରୁଷଙ୍କୁ ସାମିଲ କରାଯାଇଥିଲା ।

ଏହି ରିପୋର୍ଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଜିନିଷ ପ୍ରକାଶ ପାଇଛି । ଏହି ରିପୋର୍ଟରେ ସାମ୍ନାକୁ ଆସିଛି କି, ନିବେଶ ନିଷ୍ପତ୍ତି ନେବାବେଳେ ପୁରୁଷମାନେ ମହିଳାଙ୍କ ଅପେକ୍ଷା ଅଧିକ ସ୍ୱାଧୀନ ରୁହନ୍ତି । ସର୍ବେକ୍ଷଣ କରାଯାଇଥିବା ୪୦% ପୁରୁଷ କହିଛନ୍ତି ଯେ, ସେମାନେ ନିଜର ନିବେଶ ନିଷ୍ପତ୍ତି ନିଅନ୍ତି ଯଥା ବୃତ୍ତିଗତ ପରାମର୍ଶଦାତା କିମ୍ବା ଅନ୍ୟ କାହା ସହିତ ପରାମର୍ଶ ବିନା ନିଷ୍ପତ୍ତି ନିଅନ୍ତି । କିନ୍ତୁ ମହିଳାମାନଙ୍କ ମାମଲାରେ ଏପରି ହୋଇନଥାଏ ।

ମହିଳାମାନେ ନିଅନ୍ତି ପରାମର୍ଶ :-
ନିବେଶ ବିଷୟରେ ମହିଳାମାନେ ବହୁତ ଭାବନ୍ତି । ସର୍ବେକ୍ଷଣରେ କେବଳ ୨୬% ମହିଳା କହିଛନ୍ତି ଯେ, ସେମାନେ ନିଜେ ନିବେଶ ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଥି ସହିତ ସର୍ଭେ କରାଯାଇଥିବା ୬୭% ମହିଳା କହିଛନ୍ତି ଯେ, ନିବେଶ ନିଷ୍ପତ୍ତି ନେବାବେଳେ ସେମାନେ ନିଜ ସ୍ୱାମୀଙ୍କ ପରାମର୍ଶ ନିଅନ୍ତି । କିନ୍ତୁ ପୁରୁଷଙ୍କ କ୍ଷେତ୍ରରେ କେବଳ ୪୮% ପୁରୁଷ ନିବେଶ ସମୟରେ ସେମାନେ ସାଥୀଙ୍କ ସହିତ ପରାମର୍ଶ କରିଥିଲେ । ସର୍ଭେ ଅନୁଯାୟୀ, ଏଭଳି ପରିସ୍ଥିତିରେ ଭାରତର ଅଧିକାଂଶ ମହିଳା ନିଜ ସାଥୀଙ୍କଠାରୁ ପରାମର୍ଶ ନେବା ପରେ ନିବେଶ ସହ ଜଡିତ କାମ କରନ୍ତି ।