ବର୍ମିଂହାମ: ଭାରତୀୟ ଯୁବ ସନ୍ତରଣକାରୀ ଶ୍ରୀହରି ନଟରାଜ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡା ପୁରୁଷ ୫୦ ମିଟର ବ୍ୟାକଷ୍ଟ୍ରୋକ ଇଭେଣ୍ଟ ସେମିଫାଇନାଲ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି । ରବିବାର ଅନୁଷ୍ଠିତ ଏହି ଇଭେଣ୍ଟର କ୍ୱାର୍ଟରଫାଇନାଲ ପ୍ରତିଯୋଗିତାରେ ନଟରାଜ ଏହି ଦୂରତ୍ୱକୁ ୨୫.୫୨ ସେକେଣ୍ଡରେ ଅତିକ୍ରମ କରି ସେମିଫାଇନାଲ ମୁକାବିଲା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।
ସୂଚନା ଯୋଗ୍ୟ ଯେ ନଟରାଜ ମଧ୍ୟ ଏଡା ପୂର୍ବରୁ ପୁରୁଷ ୧୦୦ ମିଟର ବ୍ୟାକଷ୍ଟ୍ରୋକ୍ସ ଇଭେଣ୍ଟର ସେମିଫାଇନାଲ ପର୍ଯ୍ୟାୟରେ ପ୍ରବେଶ କରି ସାରିଛନ୍ତି । ନଟରାଜ ୫୦ ମିଟର ବ୍ୟାକଷ୍ଟ୍ରୋକ୍ସ ଇଭେଣ୍ଟ ହିଟ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ହାସଲ ସହିତ ଦ୍ରୁତତମ ସନ୍ତରଣକାରୀ ବିବେଚିତ ହୋଇ ଥିଲେ । କେବଳ ଦକ୍ଷିଣ ଆଫ୍ରିକାର ସନ୍ତରଣକାରୀ ପିଟର କୋଏଜେ ୫୭ ସେକେଣ୍ଡ ପୂର୍ବରୁ ପହଞ୍ଚି ହିଟରେ ପ୍ରଥମ ହୋଇ ଥିବା ବେଳେ ନଟରାଜଙ୍କୁ ଦ୍ୱିତୀୟ ସ୍ଥାନରେ ରହିଥିଲେ ।
ସୂଚନା ଯୋଗ୍ୟ ଯେ ନଟରାଜଙ୍କର ଏହି ଇଭେଣ୍ଟରେ ବ୍ୟକ୍ତିଗତ ଶ୍ରେଷ୍ଠ ସମୟ ହେଲା ୨୪.୪୦ ସେକେଣ୍ଡ । ଏହି ସଫଳତା ସେ ଗତ ବର୍ଷ ୟୁନାଇଟେଡ ଆରବ ଏମିରେଟ୍ସରେ ଅନୁଷ୍ଠିତ ୧୫ତମ ଫିନା ବିଶ୍ୱ ସନ୍ତରଣ ଚାମ୍ପିଅନଶିରେ ହାସଲ କରି ଥିଲେ । ମାତ୍ର ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଏହି ଇଭେଣ୍ଟରେ ସେ ୨୫.୫୨ ସେକେଣ୍ଡ ସମୟ ନେଇ ନିଜର ପୂର୍ବ ରେକର୍ଡ ଅତିକ୍ରମ କରି ପାରିଲେ ନାହିଁ । ତଥାପି ସେମି ଫାଇନାଲରେ ପ୍ରବେଶ କରି ଥିବାରୁ ଖୁସି ଅନୁଭବ କରୁଛନ୍ତି ।