fbpx

ପୁରୁଷ ହକି ବିଶ୍ୱକପ: କ୍ୱାଟର ଫାଇନାଲରେ ଇଂଲଣ୍ଡକୁ ହରାଇଲା ଜର୍ମାନି, ସେମିରେ ଅଷ୍ଟ୍ରେଲିଆକୁ ଭେଟିବ

ଭୁବନେଶ୍ୱର: ପୁରୁଷ ହକି ବିଶ୍ୱକପ୍‌ର ତୃତୀୟ ଓ ଚତୁର୍ଥ କ୍ୱାର୍ଟର ଫାଇନାଲରେ ଜର୍ମାନୀକୁ ମାତ୍ ଦେଇଛି ଇଂଲଣ୍ଡ। ବୁଧବାର ଖେଳାଯାଇଥିବା ଏହି ମ୍ୟାଚ୍ ଖୁବ୍ ସଂଘର୍ଷମୟ ରହିଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ମ୍ୟାଚ୍ ୨-୨ ଗୋଲ୍‌ରେ ଶେଷ ହୋଇଥିଲା। ଯେଉଁଥିପାଇଁ ସୁଟ୍‌ଆଉଟ୍‌ର ସାହଯ୍ୟ ନେବାକୁ ପଡ଼ିଥିଲା। ଆଉ ଏଥିରେ ଜର୍ମାନି ୨(୪)-୨(୩)ରେ ଆଗୁଆ ରହି ସେମିଫାଇନାଲରେ ପହଞ୍ଚିଛି।

Image

ମ୍ୟାଚ୍ ଶେଷ ୪ ମିନିଟ୍ ପୁର୍ବରୁ ସମ୍ପୁର୍ଣ୍ଣ ଭାବେ ଇଂଲଣ୍ଡ ହାତରେ ଥିଲା। କିନ୍ତୁ ଜର୍ମାନୀର ଖେଳାଳିମାନେ ୫୭ ଓ ୫୮ ମିନିଟ୍‌ରେ ଦୁଇଟି ଗୋଲ୍ କରି ମ୍ୟାଚ୍‌କୁ ବରାବର ସ୍ଥିତିକୁ ଆଣିଥିଲେ। ତୃତୀୟ କ୍ୱାଟର ଫାଇନାଲ ମ୍ୟାଚ୍ ଜିତିବା ପରେ ଜର୍ମାନୀ ଦଳ ୨୭ ତାରିଖର ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଭେଟିବ।

ମ୍ୟାଚ୍ ଆରମ୍ଭରୁ ପ୍ରଭାବି ପ୍ରଦର୍ଶନ କରିଥିଲେ ଇଂଲଣ୍ଡର ଖେଳାଳି। ୧୧ତମ ମିନିଟ୍‌ରେ ଜାଚେରି ୱାଲେସେ ଫିଲ୍ଡ ଗୋଲ୍ ରୂପରେ ଦଳ ପାଇଁ ପ୍ରଥମ ଗୋଲ୍ କରିଥିଲେ। ଏହାପରେ ଦ୍ୱିତୀୟ କ୍ୱାଟରରେ କୌଣସି ଦଳ ଗୋଲ୍ କରିବାରେ ସକ୍ଷମ ହୋଇ ନଥିଲେ। ତୃତୀୟ କ୍ୱାଟରରେ ୩୨ ତମ ମିନିଟ୍‌ରେ ଇଂଲଣ୍ଡ ପାଇଁ ଲିଆମ୍ ଆନସେଲ ଆଉ ଏକ ଗୋଲ୍ ସ୍କୋର କରିଥିଲେ।

ଏହାପରେ ଇଂଲଣ୍ଡ ଦଟି ଗୋଲ୍‌ରେ ଆଗୁଆ ଥିଲା। ତେବେ ଶେଷ କ୍ୱାଟରରେ ଜର୍ମାନୀ ଦୁଇଟି ଗୋଲ୍ ଦେଇ ଇଂଲଣ୍ଡ ହାତରୁ ମ୍ୟାଚ୍ ଛଡ଼ାଇ ଆଣିଥିଲା। ଜର୍ମାନୀ ପାଇଁ ମେଟ୍‌ସ ଗ୍ରାମ୍‌ବୁସ୍ ୫୭ ମିନିଟରେ ଏବଂ ୫୮ ମିନିଟରେ ଟମ୍ ଗ୍ରାମ୍‌ବୁସ୍ ଗୋଲ୍ ଦେଇଥିଲେ ।କଳିଙ୍ଗ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ। ବର୍ତ୍ତମାନ ଚତୁର୍ଥ ତଥା ଶେଷ କ୍ୱାଟର ଫାଇନାଲ ମ୍ୟାଚ୍ ନେଦରଲ୍ୟାଣ୍ଡସ୍ ଓ ଦକ୍ଷିଣ କୋରିଆ ମଧ୍ୟରେ ଜାରି ରହିଛି।

Get real time updates directly on you device, subscribe now.