ଡିପ୍ରେସନ ମେଡିସିନ୍ ଯୋଗୁଁ ଆସିପାରେ ଅକାଳ ମୃତ୍ୟୁ! ବୈଜ୍ଞାନିକଙ୍କ ନୂଆ ରିସର୍ଚ୍ଚ ଆପଣଙ୍କୁ କରିଦେବ ଆଶ୍ଚର୍ଯ୍ୟ

ନିକଟରେ ହୋଇଥିବା ଏକ ଷ୍ଟଡୀରୁ ଜଣାପଡିଛି ଯେ, ଅଧିନ ଦିନ ପର୍ଯ୍ୟନ୍ତ ଆଣ୍ଟିଡିପ୍ରେସାଣ୍ଟ ବ୍ୟବହାର କରିବା ଦ୍ୱାରା ହୃଦଘାତର ଆଶଙ୍କା ବଢ଼ାଇପାରେ । ଏହା ଅକାଳ ମୃତ୍ୟୁର କାରଣ ହୋଇପାରେ । ଏଥିରୁ ମୁକୁଳିବାର କୌଣସି ସୁଯୋଗ ନାହିଁ । ଆସନ୍ତୁ ଜାଣିବା ଡିପ୍ରେସନ ମେଡିସିନର ବିପଦ…

ଡେନମାର୍କର ୪.୩ ନିୟୁତ ଲୋକଙ୍କ ଉପରେ କରାଯାଇଥିବା ଏହି ଅଧ୍ୟୟନରୁ ଜଣାପଡିଛି ଯେ, ଯେଉଁମାନେ ଅତି କମରେ ୧ ରୁ ୫ ବର୍ଷ ଧରି ଆଣ୍ଟିଡିପ୍ରେସାଣ୍ଟ ନେଇଥିଲେ ସେମାନଙ୍କଠାରେ ଅଚାନକ୍ ହୃଦଘାତର ଆଶଙ୍କା ୫୬% ଅଧିକ ଥିଲା । ସେହିପରି ଏହି ଔଷଧଗୁଡ଼ିକୁ ୬ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ଧରି ସେବନ କରିବା ଦ୍ୱାରା ବିପଦ ୨.୨ ଗୁଣ ବୃଦ୍ଧି ପାଇପାରେ ।

ଅଧ୍ୟୟନ ଅନୁଯାୟୀ, ୩୦ ରୁ ୩୯ ବର୍ଷ ବୟସର ଯେଉଁମାନେ ୧ ରୁ ୫ ବର୍ଷ ପର୍ଯ୍ୟନ୍ତ ଆଣ୍ଟିଡିପ୍ରେସାଣ୍ଟ ନେଇଥିଲେ, ସେମାନଙ୍କର ହଠାତ୍ ହୃଦଘାତର ଆଶଙ୍କା ଯେଉଁମାନେ ଔଷଧ ଖାଇ ନଥିଲେ ସେମାନଙ୍କ ତୁଳନାରେ ପ୍ରାୟ ୩ ଗୁଣ ଅଧିକ ଥିଲା । ଅନ୍ୟପଟେ ୬ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ପାଇଁ ଔଷଧ ଖାଉଥିବା ଲୋକଙ୍କ କ୍ଷେତ୍ରରେ ବିପଦ ୫ ଗୁଣ ବୃଦ୍ଧି ପାଏ ।

୧ ରୁ ୫ ବର୍ଷ ଧରି ଆଣ୍ଟିଡିପ୍ରେସାଣ୍ଟ ନେଉଥିବା ୫୦ ରୁ ୫୯ ବର୍ଷ ବୟସ୍କଙ୍କ ମଧ୍ୟରେ ହଠାତ୍ ହୃଦଘାତର ଆଶଙ୍କା ଦ୍ୱିଗୁଣିତ ହୋଇଯାଏ । ଯେଉଁମାନେ ୬ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ପାଇଁ ଔଷଧ ଖାଆନ୍ତି ସେମାନଙ୍କ ପାଇଁ ବିପଦ ଚାରି ଗୁଣ ଅଧିକ ଥାଏ ।

ଡେନମାର୍କର କୋପେନହେଗେନ ରିଗସୋପିଟାଲେଟ୍ ହାର୍ଟ ସେଣ୍ଟରର ଡାକ୍ତର ଜାସମିନ୍ ମୁଜକାନୋଭିକ୍ କହିଛନ୍ତି ଯେ, ଆପଣ ଯେତେ ଅଧିକ ସମୟ ପାଇଁ ଆଣ୍ଟିଡିପ୍ରେସାଣ୍ଟ ସେବନ କରିବେ, ଅଚାନକ୍୍ ହୃଦଘାତର ଆଶଙ୍କା ସେତେ ବଢ଼ିବ ।

ସେ କହିଛନ୍ତି ଯେ, ଯେଉଁମାନେ ୬ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ପାଇଁ ଔଷଧ ଖାଆନ୍ତି ସେମାନଙ୍କଠାରେ ବିପଦ ଅଧିକ ଥାଏ । ଗବେଷକମାନେ କହିଛନ୍ତି ଯେ ୩୯ ବର୍ଷରୁ କମ୍ ବୟସର ଲୋକଙ୍କଠାରେ, ଏହି ସମସ୍ୟା ପ୍ରାୟତଃ ହୃଦୟ ମାଂସପେଶୀ ମୋଟା ହେବା ସହିତ ଜଡିତ ସମସ୍ୟା ଯୋଗୁଁ ହୋଇଥାଏ । ବୟସ୍କ ଲୋକଙ୍କ କ୍ଷେତ୍ରରେ, ହୃଦୟକୁ ରକ୍ତ ଯୋଗାଣ କରୁଥିବା ଶିରାଗୁଡ଼ିକର ସଂକୁଚିତ ହେବା ହେଉଛି ଏହାର ମୁଖ୍ୟ କାରଣ ।