fbpx

(Video) ମେରା ରାମ୍, ମେରା ପ୍ରାଣ… ସଂଗୀତର ମୁର୍ଚ୍ଛନାରେ ମୋଦୀଙ୍କ ବାଣୀ: ‘ରାମ ମନ୍ଦିର’ ଭାଷଣକୁ ଗୀତରେ ଗାଇଲେ ତ୍ରିଚୁର ବ୍ରଦର୍ସ

ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଛି ପବିତ୍ର ରାମ ନବମୀ ମହୋତ୍ସବ । ଏହି ଦିନ ଅଯୋଧ୍ୟା ରାମ ମନ୍ଦିରରେ ପ୍ରଭୁ ରାମଲଲାଙ୍କ ‘ସୂର୍ଯ୍ୟ ତିଳକ’ ଅନୁଷ୍ଠିତ ହୋଇଛି । ତେବେ ଏହାପୂର୍ବରୁ ଜାନୁୟାରୀ ୨୨ ତାରିଖରେ ଏହି ଭବ୍ୟ ମନ୍ଦିରର ପ୍ରାଣ ପ୍ରତିଷ୍ଠା ମଧ୍ୟ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅନ୍ୟମାନଙ୍କ ଉଦ୍ୟମରେ ଏହା ସମ୍ଭବ ହୋଇପାରିଛି । ବର୍ତ୍ତମାନ ପ୍ରଭୁ ଶ୍ରୀରାମଙ୍କ ଉଦ୍ଦେଶ୍ୟରେ ଏବଂ କୋଟି ରାମଭକ୍ତଙ୍କ ପାଇଁ ଏକ ସଂଗୀତ ପରିବେଷଣ କରିଛନ୍ତି ତ୍ରଚୁର ବ୍ରଦର୍ସ । ତେବେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ମୋଦୀଙ୍କ ଐତିହାସିକ ଭାଷଣ ଏହି ଗୀତରେ ଲିରିକ୍ସ ଭାବରେ ବ୍ୟବହାର କରାଯାଇଛି ।

ସଂଗୀତକାର ତଥା କଣ୍ଠଶିଳ୍ପୀ ତ୍ରିଚୁର ବ୍ରଦର୍ସ ତରଫରୁ ଖୁବଶୀଘ୍ର ରାମଭକ୍ତଙ୍କ ପାଇଁ ଏକ ଭକ୍ତିପୂର୍ଣ୍ଣ ଗୀତ ରିଲିଜ କରିବାକୁ ଯାଉଛି । ଏଥିରେ ଗୀତର ରଚନା ଦାୟିତ୍ୱରେ ରହିଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅଯୋଧ୍ୟା ରାମ ମନ୍ଦିରର ‘ପ୍ରାଣ ପ୍ରତିଷ୍ଠା’ ଉତ୍ସବରେ ମୋଦୀଙ୍କ ଐତିହାସିକ ଭାଷଣକୁ ଏହି ଗୀତରେ ସ୍ୱର ଦିଆଯାଇଛି । ଏହି ଗୀତକୁ ତ୍ରିଚୁର ବ୍ରଦର୍ସ ହିଁ କମ୍ପୋଜ କରିଥିବା ବେଳେ ପ୍ରଯୋଜନାରେ ତ୍ରିଚୁର ବ୍ରଦର୍ସ ସହିତ ଅମ୍ରିତ କେ. ନାରାୟଣ ମଧ୍ୟ ରହିଛନ୍ତି । ଏହାସହିତ ନିର୍ଦ୍ଦେଶନାରେ ଅଛନ୍ତି ଭରଦ୍ୱାଜ ବାଲାଜୀ । ଏଭଳି ଏକ ଗୀତରେ କଣ୍ଠଦାନ କରିଛନ୍ତି ତ୍ରିଚୁର ବ୍ରଦର୍ସ ଏବଂ ରୀମା ରାମକୁମାର । ସେହିପରି ଅମ୍ରିତ କେ. ନାରାୟଣଙ୍କୁ ଏହାର ପ୍ରେଗ୍ରାମିଙ୍ଗ ଦାୟିତ୍ୱ ପ୍ରଦାନ କରାଯାଇଛି ।

 

ତେବେ ତ୍ରିଚୁର ବ୍ରଦର୍ସର ଏହି ଅଭିନବ ପ୍ରୟାସକୁ ଭୂରି ଭୂରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ତ୍ରିଚୁର ବ୍ରଦର୍ସକୁ ଧନ୍ୟବାଦ ଦେଇ ମୋଦୀ ଲେଖିଛନ୍ତି ଯେ, ଏହା ଏକ ଅସାଧାରଣ ପ୍ରୟାସ । ଧର୍ମ ଏବଂ ନ୍ୟାୟ ପ୍ରତି ତାଙ୍କର ଗଭୀର ପ୍ରତିବଦ୍ଧତା ସହିତ ପ୍ରଭୁ ଶ୍ରୀରାମ ଅନନ୍ତ ଧାର୍ମିକତା ଏବଂ ବୀରତ୍ୱର ପରିଚୟ ଦେଇଛନ୍ତି। ଏହି ଗୀତକୁ ପ୍ରଶଂସା କରିବା ସହ ଏହା ଦେଶର କୋଟି କୋଟି ରାମଭକ୍ତଙ୍କୁ ସମର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

Get real time updates directly on you device, subscribe now.