fbpx

ଲୋକସଭା ନିର୍ବାଚନର ରଙ୍ଗରେ ରଙ୍ଗୀନ୍ ହେଲା Google: ପ୍ରଥମ ପର୍ଯ୍ୟାୟ ମତଦାନରେ କଲା ସାନଦାର୍ Doodle

ନୂଆଦିଲ୍ଲୀ: ଭାରତରେ ୧୮ ତମ ଲୋକସଭା ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍ ୧୯ ଏପ୍ରିଲ ଅର୍ଥାତ୍ ଆଜିଠାରୁ ଆରମ୍ଭ ହୋଇଛି । ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ ଗଣତାନ୍ତ୍ରିକ ଦେଶ । ଏଭଳି ପରିସ୍ଥିତିରେ ଗୁଗୁଲ ମଧ୍ୟ ଗଣତନ୍ତ୍ରର ସବୁଠାରୁ ବଡ ପର୍ବ ପାଳନ କରୁଛି ।

ପ୍ରଥମ ପର୍ଯ୍ୟାୟ ଭୋଟ୍ ଦିନ ଗୁଗୁଲର ଡୁଡଲ୍ । ଏଥିରେ ଭୋଟିଂ ଚିହ୍ନ ଦେଖାଯାଇଛି । ଏପରି ପରିସ୍ଥିତିରେ ଏହି ଡୁଡଲ୍ ଲୋକଙ୍କୁ ଭୋଟ୍ ଦେବାକୁ ପ୍ରେରଣା ଯୋଗାଉଛି ।

ଗୁଗୁଲ୍ ଅପଡେଟ୍ କଲା ଡୁଡଲ୍ :-

ଭାରତରେ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଗୁଗୁଲ ଏହାର ଡୁଡଲ ପରିବର୍ତ୍ତନ କରିଛି । ଗୁଗୁଲ ଏହାର ଡୁଡଲରେ ଭୋଟ୍ ଦେବା ପରେ ଆଙ୍ଗୁଠିରେ ଇଙ୍କ୍ ଦେଖାଇଛି । ଏହି ଡୁଡଲ୍ ସାହାଯ୍ୟରେ ଲୋକମାନେ ଭୋଟ୍ ବିଷୟରେ ସଚେତନ ହେବେ । ତେବେ ଗୁଗୁଲ ସମୟ ସମୟରେ ବିଶେଷ ସମୟରେ ଡୁଡଲ୍ସରେ ପରିବର୍ତ୍ତନ କରିଥାଏ । ଡୁଡଲରେ ପରିବର୍ତ୍ତନ ଦେଖିବା ପରେ ଲୋକମାନେ ଉତ୍ସାହିତ ହୁଅନ୍ତି । କିଛି ପାଳନ କରିବାର ଏହା ହେଉଛି ଗୁଗୁଲର ଅନନ୍ୟ ଉପାୟ । ଗୁଗୁଲର ହୋମପେଜରେ ଆପଣ ଏହି ଡୁଡଲ୍ ଦେଖିପାରିବେ ।

Get real time updates directly on you device, subscribe now.